www.samajalive.in
Thursday, December 11, 2025
26.1 C
Bhubaneswar

ସୁପ୍ରିମକୋର୍ଟରୁ ପୁନଃ ସୁରକ୍ଷା ଲୋଡ଼ିଲେ ରାଜୀବ କୁମାର

ନୂଆଦିଲ୍ଲୀ : କଲକାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାର ଗିରଫଦାରୀକୁ ଏଡ଼ାଇବା ପାଇଁ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ଅବକାଶକାଳୀନ ପୀଠରେ ଜରୁରୀ ଆବେଦନ ମାଧ୍ୟମରେ ରାଜୀବଙ୍କ ଓକିଲ ଦର୍ଶାଇଛନ୍ତି ଯେ ପଶ୍ଚିମବଙ୍ଗରେ ଆଇନଜୀବୀଙ୍କ ଆନ୍ଦୋଳନ ଚାଲିଥିବାରୁ ଅଦାଲତ ବନ୍ଦ; ତେଣୁ ତାଙ୍କ ମହକିଲଙ୍କୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦିଆଯାଉ। ଶାରଦା ଚିଟ୍‌ଫଣ୍ଡ ମାମଲାରେ ରାଜୀବଙ୍କୁ ସିବିଆଇ ଗିରଫ କରିବା ଆଶଙ୍କା ରହିଛି। ପୂର୍ବରୁ ତାଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ଅଙ୍କୁଶ ଲଗାଇଥିଲେ ମଧ୍ୟ ଶୁକ୍ରବାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ ଓ ଆଗୁଆ ଜାମିନ ଆବେଦନ ପାଇଁ ସପ୍ତାହେ ସମୟ ଦେଇଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories