www.samajalive.in
Monday, December 8, 2025
24.1 C
Bhubaneswar

ମମତାଙ୍କ ଉପରେ ବର୍ଷିଲେ ମୋଦୀ; କହିଲେ ପଶ୍ଚିମବଙ୍ଗ ଆପଣ ଓ ଆପଣଙ୍କ ଭଣଜାର ସମ୍ପତ୍ତି ନୁହେଁ

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ ରାଜନୈତିକ ଯୁଦ୍ଧ ଚାଲିଥିବାବେଳେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ନିର୍ବାଚନୀ ରାଲିରେ ମୋଦୀ ମମତାଙ୍କ ଉପରେ ବର୍ଷିବା ସହ କହିଛନ୍ତି, ଦିଦି କାନଖୋଲି ଶୁଣିନିଅ ଏ ପଶ୍ଚିମବଙ୍ଗ ଆପଣ ଓ ଆପଣଙ୍କ ଭଣଜାର ସମ୍ପତ୍ତି ନୁହେଁ।

ମୋଦୀ କହିଥିଲେ, ପଶ୍ଚିମବଙ୍ଗ ଭାରତର ଏକ ଅତୁଟ ଅଙ୍ଗ। ଯଦି ଦିଦି ଆପଣ ନିଜ ଆଖିର ପଟି ଖୋଲିବେ ତା’ହେଲେ ଆପଣଙ୍କୁ ଏକ ଭାରତ ଏବଂ ଶ୍ରେଷ୍ଠ ଭାରତ ଦେଖାଯିବ। ପଶ୍ଚିମବଙ୍ଗରେ ରାମ ଭକ୍ତମାନେ ଡରି ଡରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଜୟ ଶ୍ରୀରାମ କହିଲେ ବଙ୍ଗଳାର ଲୋକଙ୍କୁ ଜେଲ ପଠାଇ ଦିଆଯାଉଛି। ପଶ୍ଚିମବଙ୍ଗକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ଏବେ ଆଉ ରହିବେ ନାହିଁ ବୋଲି ମୋଦୀ କହିଥିଲେ।

- Advertisement -

ମୋଦୀ ଆହୁରି କହିଥିଲେ, ଦିଦି ଏବଂ ଟିଏମସିର ନେତାମାନଙ୍କ ଅହଂକାର ଏତେ ବଢ଼ିଯାଇଛି ଯେ ଦେଶର ରକ୍ଷାରେ ନିୟୋଜିତ ଯବାନମାନଙ୍କୁ ବି ଛାଡ଼ୁନାହାନ୍ତି। ଟିଏମସି ନେତା ସର୍ବସମ୍ମୁଖରେ ଧମକ ଦେଉଛନ୍ତି ଯେ ସୁରକ୍ଷାକର୍ମୀମାନଙ୍କୁ ଘଉଡ଼ାଅ, ସେମାନଙ୍କୁ ମାର। ଜାମ୍ମୁ-କାଶ୍ମୀରରେ ପଥର ଫିଙ୍ଗାଳିମାନେ ଏଭଳି ତରିକା ଆପଣାଉଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories