www.samajalive.in
Sunday, December 7, 2025
18.1 C
Bhubaneswar

ମୋଦୀଙ୍କୁ ଟାର୍ଗେଟ କରି ଫସିଲେ ରାହୁଲ, କଡ଼ା ଜବାବ ଦେଲା ଅକ୍ସଫୋର୍ଡ ଡିକ୍ସିନାରି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜନୀତିରେ ନିଜର ଉତ୍ତମ ଛବି ସୃଷ୍ଟି କରିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି। କିନ୍ତୁ ବେଳେବେଳେ ସେ ଏଭଳି କିଛି ଭୁଲ କରୁଛନ୍ତି, ଯେଉଁଥିପାଇଁ ତାଙ୍କ ପ୍ରୟାସ ବୃଥା ହୋଇଯାଉଛି। ନିକଟରେ ଏପରି ଏକ ଘଟଣା ନଜରକୁ ଆସିଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ, ମାତ୍ର ସେଥିରେ ନିଜେ ଫସିଗଲେ।

ଦୁଇଦିନ ତଳେ ରାହୁଲ ଟ୍ବିଟରରେ ଏକ ଫଟୋ ଶେୟାର କରି ଲେଖିଥିଲେ ଇଂଲିଶ ଶବ୍ଦକୋଷରେ ନୂଆ ଶବ୍ଦ ସାମିଲ ହୋଇଛି। ଫଟୋରେ ଅକ୍ସଫୋର୍ଡ ଡିକ୍ସିନାରି ୱେବସାଇଟର ଏକ ୱେବ୍‌ସାଇଟ ପେଜ୍‌ ଦେଖିବାକୁ ମିଳିଛି, ଯେଉଁଥିରେ ଏକ ଶବ୍ଦ ମୋଦୀଲାଇ(modilie) ଉଲ୍ଲେଖ ରହିଛି। ରାହୁଲ ଲେଖିଛନ୍ତି, ଏହି ଶବ୍ଦକୁ ଡିକ୍ସିନାରିରେ ସାମିଲ କରାଯାଇଛି ଏବଂ ଏହାର ୩ଟି ଅର୍ଥ ରହିଛି। ଫଟୋରେ ଦିଆଯାଇଥିବା ଅର୍ଥରେ ଦର୍ଶାଯାଇଛି, ଉକ୍ତ ଶବ୍ଦର ଅର୍ଥ ହେଉଛି, ‘ସତ୍ୟକୁ ବାରମ୍ବାର ବଦଳାଇବା’, ‘ଅଭ୍ୟାସଗତ ଭାବେ ମିଛ କହିବା’ ଏବଂ ‘କିଛି ନ ଭାବି ନ ବୁଝି ମିଛ କହିବା’।

- Advertisement -
Image courtesy: Amar ujala

ରାହୁଲ ଏହି ଫଟୋଟିକୁ ଶେୟାର କରିବା ପରେ ଅନେକ ଲୋକ ଏହାକୁ ଲାଇକ୍‌ କରିବା ସହ ରିଟ୍ବିଟ୍‌ କରିଛନ୍ତି। ହଜାର ହଜାର କମେଣ୍ଟ ଦିଆଯାଇଛି। କିନ୍ତୁ ସେହି କମେଣ୍ଟଗୁଡ଼ିକ ମଧ୍ୟରେ ଏକ କମେଣ୍ଟରେ କଡ଼ା ଜବାବ ଦିଆଯାଇଛି, ଯାହା ରାହୁଲଙ୍କ ମୁଖା ଖୋଲିଦେଇଛି। ଏହି କମେଣ୍ଟଟି ଅକ୍ସଫୋର୍ଡ ଡିକ୍ସିନାରି କାର୍ଯ୍ୟାଳୟ ପକ୍ଷରୁ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଆମେ ଏହାକୁ ପ୍ରମାଣିତ କରୁଛୁ ଯେ, ଏହି ଫଟୋରେ ଦିଆଯାଇଥିବା ଶବ୍ଦ ‘modilie’କୁ ଜାଲ୍‌ ଭାବେ ପ୍ରଦର୍ଶିତ କରାଯାଇଛି। ଅକ୍ସଫୋର୍ଡ ଡିକ୍ସିନାରିଗୁଡ଼ିକ ମଧ୍ୟରୁ କୌଣସି ଡିକ୍ସିନାରିରେ ଏଭଳି ଶବ୍ଧ ଉପଲବ୍ଧ ନାହିଁ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories