www.samajalive.in
Thursday, December 11, 2025
23.1 C
Bhubaneswar

‘ମୋଦୀ-ଶାହ ଚାପରେ କାର୍ଯ୍ୟ କରୁଛନ୍ତି ନିର୍ବାଚନ ଆୟୋଗ’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପ୍ରଚାର ସମୟ ଉପରେ ୨୪ ଘଣ୍ଟା ପ୍ରତିବନ୍ଧକ ଲଗାଇଛନ୍ତି। ଶୁକ୍ରବାର ପ୍ରଚାରର ଶେଷ ଦିନ ଥିବାବେଳେ ଗୁରୁବାର ରାତି ୧୦ଟାରୁ  ପ୍ରଚାର ବନ୍ଦ ରହିବ ବୋଲି ଆୟୋଗ ଘୋଷଣା କରିଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ନିର୍ବାଚନ ଆୟୋଗଙ୍କ ଏପରି ନିଷ୍ପତ୍ତି ଅନ୍ୟାୟ, ଅନୈତିକ ଏବଂ ରାଜନୈତିକ ପକ୍ଷପାତିତା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି, ନିର୍ବାଚନ ଆୟୋଗ ଗୁରୁବାର ରାତିରୁ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କଲେ। ଗୁରୁବାର ରାତି ୧୦ଟାରୁ ଏହା କାର୍ଯ୍ୟକାରୀ ହେବ। ତେବେ ଏଥିପାଇଁ ଆୟୋଗ ୨୪ ଘଣ୍ଟା କ’ଣ ପାଇଁ ଅପେକ୍ଷା କଲେ। ବୁଧବାର ସନ୍ଧ୍ୟାରୁ କଟକଣା ଲଗାଯାଇ ପାରିଥାନ୍ତା। ମାତ୍ର କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ନିର୍ବାଚନ ଆୟୋଗ ଅପେକ୍ଷା କଲେ। ଗୁରୁବାର ପଶ୍ଚିମବଙ୍ଗରେ ମୋଦୀଙ୍କର ୨ଟି ରାଲି ରହିଛି। ଏହା ଶେଷ ହେବା ପରେ ନିର୍ବାଚନ ଆୟୋଗ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ମୋଦୀ ଏବଂ ଅମିତ ଶାହଙ୍କ ଚାପରେ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ନେଇଛନ୍ତି।

କେବଳ ମମତା ନୁହନ୍ତି, ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ ବି ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରିଛନ୍ତି। ପଟେଲ ଟ୍ବିଟ୍‌ କରି କହିଛନ୍ତି, ଯଦି ପଶ୍ଚିମବଙ୍ଗରେ ସ୍ଥିତି ଏତେ ଗମ୍ଭୀର ରହିଛି ଯେ ପ୍ରଚାର ଉପରେ କଟକଣା ଲଗାଯିବା ଆବଶ୍ୟକ ଥିଲା, ତେବେ ନିର୍ବାଚନ ଆୟୋଗ କାହିଁକି ଆସନ୍ତା କାଲି ପାଇଁ ଅପେକ୍ଷା କରିଛନ୍ତି। ଏହାର କାରଣ ହେଉଛି ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ରାଲି ରହିଛି। ଏହା ଆଶ୍ଚର୍ଯ୍ୟଜନକ ବୋଲି ପଟେଲ କହିଛନ୍ତି।

- Advertisement -

ସେହିପରି ସିପିଆଇ(ଏମ)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଗୁରୁବାର ମୋଦୀଙ୍କ ରାଲି ଥିବାରୁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପଟେ ମମତା ନିର୍ବାଚନ କହିଛନ୍ତି, କୋଲକାତାରେ ଅମିତ ଶାହ ରୋଡ୍‌ ଶୋ’ କରିବା ବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ତୃଣମୂଳ କଂଗ୍ରେସ ପକ୍ଷରୁ ଏ ସମ୍ପର୍କିତ ଭିଡିଓ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ କ’ଣ ପାଇଁ ଆୟୋଗ ଶାହଙ୍କୁ ଏଯାଏ ଏକ ନୋଟିସ ଜାରି କଲେ ନାହିଁ ବୋଲି ମମତା ପ୍ରଶ୍ନ କରିଛନ୍ତି। ନିର୍ବାଚନ ଆୟୋଗ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ପ୍ରଭାବିତ ହୋଇ କାର୍ଯ୍ୟ କରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories