www.samajalive.in
Monday, December 8, 2025
27.1 C
Bhubaneswar

ଏମଜି ମୋଟର୍ସର ‘ହେକ୍ଟର’ କାରରୁ ଉଠିଲା ପରଦା

ନୂଆଦିଲ୍ଲୀ : ଅଟୋମୋବାଇକ କମ୍ପାନୀ ଏମଜି ମୋଟର୍ସ ନିଜର ପ୍ରଥମ ଏସୟୁଭି କାର ‘ହେକ୍ଟର’ ଉପରୁ ପରଦା ଉଠାଇଛି। ଏହି ଗାଡିର ବୁକିଂ ଚଳିତ ବର୍ଷ ଜୁନ ମାସରୁ ଆରମ୍ଭ ହେବାକୁ ଯାଉଛି। କିଛି ସପ୍ତାହ ପରେ କମ୍ପାନୀ ବିଭିନ୍ନ ସହରରେ ଥିବା କାର ଶୋ ରୁମକୁ କାରର ଉପ୍ତାନୀ ଆରମ୍ଭ କରିବ।
ଏହି କାରରେ ଉଭୟ ୧.୫ଲିଟର ଟ୍ରବି ଚାର୍ଜ ପେଟ୍ରୋଲ ଏବଂ ୨.୦ ଲିଟର ଡିଜେଲ ଇଞ୍ଜିନ ରହିଛି। କାରର ଲମ୍ବା ୪୬୫୫ ଏମଏମ, ପ୍ରସ୍ଥ ୧୮୩୫ ଏମଏମ ଓ ଉଚ୍ଚତା ୧୭୬୦ ଏମଏମ ରହିଛି। ଏହାବ୍ୟତୀତ କାରର ସମ୍ମୁଖ ଭାଗରେ କ୍ରୋମ ଫିନିସ ସହ କଳା ରଙ୍ଗର ବଡ ଗ୍ରିଲ ଦିଆଯାଇଛି, ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଥିବା ଜଣାପଡିଛି। କାରର ପଛ ଭାଗରେ ଏକ ଜରୁରିକାଳୀନ କଲ୍‍, ୧୭ ଇଞ୍ଚ ଟାୟାର, ସନରୁଫ, ରିମୋଟ କଣ୍ଟ୍ରୋଲ ଡୋର ଲକ ଆଦି ଅତ୍ୟାଧୁନିକ ସୁବିଧା ରହିଛି। ଭାରତୀୟ ବଜାରରେ ଏହି କାର ଜୁନ ମାସରେ ବଜାର ପ୍ରବେଶ କରାଯିବ। ଏହି କାରର ମୂଲ୍ୟ ପାଖାପାଖି ୨୦ଲକ୍ଷ ଟଙ୍କା ରହିବ ବୋଲି ଆଶା ରହିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories