www.samajalive.in
Thursday, December 11, 2025
23.1 C
Bhubaneswar

୨୦୦୦ କୋଟିର ଦୁର୍ନୀତିରେ ମାୟାବତୀ ସମ୍ପୃକ୍ତ: ବିଜେପି

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି(ବିଏସପି) ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ୨୦୦୦ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ରହିଛନ୍ତି। ରବର୍ଟ ଭଦ୍ରା ମଡେଲ ଭଳି ସେ ବି କଳାଧନ ରୋଜଗାର କରି ତାହାକୁ ଧଳା କରିବାରେ ଲାଗିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ବିଜୟ ସୋନକର ଶାସ୍ତ୍ରୀ କହିଛନ୍ତି, ମାୟାବତୀ ଏବଂ ତାଙ୍କ ଭାଇଁ ଆନନ୍ଦ କୁମାର ମିଶି ଦୁଇଟି ଜାଲ୍‌ କମ୍ପାନୀ ଜରିଆରେ ହଜାର ହଜାର କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏଥିସହ ୨ଟି ଜମିକୁ ବେଆଇନ ଭାବେ କିଣାବିକା କରି ବହୁ କଳାଧନ ରୋଜଗାର କରିଥିବା ଶାସ୍ତ୍ରୀ ଅଭିଯୋଗ କରିଛନ୍ତି।

ଶାସ୍ତ୍ରୀ କହିଛନ୍ତି ଯେ, ଦଳିତ ସମାଜ ମାୟାବତୀଙ୍କ ଏହି କାରନାମା ଜାଣିବା ପରେ ତାଙ୍କଠାରୁ ଦୂରେଇଯିବାକୁ ଉଦ୍ୟମ ଚଳାଇଛି। ଏହି କାରଣରୁ ୨୦୧୯ ନିର୍ବାଚନରେ ମାୟାବତୀ ନିଜର ପରାଜୟକୁ ସାମ୍ନାରୁ ଦେଖି ବିଚଳିତ ହୋଇପଡ଼ିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରି ସମାଲୋଚନା କରୁଛନ୍ତି। ଏଥିପାଇଁ ସେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି।

- Advertisement -

ଶାସ୍ତ୍ରୀ ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମାୟାବତୀଙ୍କ ଭାଇଁ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀଙ୍କ ନାମରେ ବିଏଣ୍ଡଏ ଭେଞ୍ଚର୍ସ ଏବଂ ବିଏଣ୍ଡଏ ଭେଞ୍ଚର୍ସ ଏଲଏଲପି ନାମକ ଦୁଇଟି ଜାଲ୍‌ କମ୍ପାନୀ ତିଆରି କରାଯାଇଛି। ଏହି ଦୁଇଟି କମ୍ପାନୀ ଏଚଏଫସିଏଲ କମ୍ପାନୀର ସହଯୋଗୀ କମ୍ପାନୀ ଅଟନ୍ତି। ଆନନ୍ଦ ଏବଂ ତାଙ୍କ ପତ୍ନୀଙ୍କ କମ୍ପାନୀଦ୍ବୟ ଗତ ୪ବର୍ଷରେ କୌଣସି କାମ ନ କରି ଏଚଏଫସିଏଲ କମ୍ପାନୀଠାରୁ ୨୦୦୦ କୋଟି ଟଙ୍କା ପାଇଛନ୍ତି। କୌଣସି କାର୍ଯ୍ୟ ନ କରି ଏକ କମ୍ପାନୀଠାରୁ ଟଙ୍କା ନିଆଯାଇଥିବାରୁ ଏହାଦ୍ବାରା କଳାଧନକୁ ଧଳା କରାଯାଇଛି ବୋଲି ଶାସ୍ତ୍ରୀ କହିଛନ୍ତି। ସେହିପରି ମାୟାବତୀ ଗୋଟିଏ ଜମିକୁ ଏକାଧିକ ଥର କିଣାବିକା କରିବା ସହ ଦିଲ୍ଲୀରେ ଆଉ ଏକ ମୂଲ୍ୟବାନ ଜାଗାକୁ ଶସ୍ତାରେ କିଣି କୋଟି କୋଟି ଟଙ୍କା ଲାଭବାନ ହୋଇଥିବା ଶାସ୍ତ୍ରୀ ଅଭିଯୋଗ କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories