www.samajalive.in
Wednesday, December 10, 2025
16.1 C
Bhubaneswar

ମମତାଙ୍କୁ ଶାହାଙ୍କ ଆହ୍ୱାନ ; ଦମ ଅଛି ତ ଗିରଫ କର

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିବା ସହ ଏକ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ‘ମୁଁ ଜୟ ଶ୍ରୀରାମ କହୁଛି ମମତା ବାନାର୍ଜୀ ମତେ ଗିରଫ କରି ଦେଖାନ୍ତୁ’। ତୃଣମୂଳ କଂଗ୍ରେସ ମତେ ପଶ୍ଚିମବଙ୍ଗରେ ନିର୍ବାଚନ ସଭା କରିବାକୁ ଅଟକାଉଛନ୍ତି ସତ, କିନ୍ତୁ ରାଜ୍ୟରେ ଚାଲୁଥିବା ବିଜେପିର ବିଜୟ ଯାତ୍ରାକୁ ଅଟକାଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ବିହାରର ଜୟନଗର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଏକ ନିର୍ବାଚନ ସଭାରେ ଶାହା ଏହା କହିଛନ୍ତି। ମମତା ବାନାର୍ଜୀ ‘ସୋନାର ବାଙ୍ଗଲା’ ବା ‘ସୁନାର ବଙ୍ଗଳା’କୁ ‘କଙ୍ଗାଳ ବଙ୍ଗଳା’ କରିଥିବା ଶାହା କହିଛନ୍ତି। ଜୟ ଶ୍ରୀରାମ କହିଲେ ମମତା ରାଗି ଯାଉଛନ୍ତି। ମୁଁ ଆଜି ଏହି ସଭାରେ ଜୟ ଶ୍ରୀରାମ କହୁଛି ମତେ ଗିରଫ କର ବୋଲି ଶାହା ମମତାଙ୍କୁ ଆହ୍ୱାନ ଦେଇଛନ୍ତି।
ନିକଟରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓରେ ମମତା ପଶ୍ଚିମବଙ୍ଗ ଘାଟଲ ଲୋକସଭା ଆସନ ଅନ୍ତର୍ଗତ ଏକ ନିର୍ବାଚନ ସଭାରେ ଜୟ ଶ୍ରୀରାମ କହୁଥିବା ଲୋକମାନଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories