www.samajalive.in
Monday, December 8, 2025
13.1 C
Bhubaneswar

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର; ଏସବୁ ସ୍ମାର୍ଟଫୋନରେ ବନ୍ଦ ହେବାକୁ ଯାଉଛି ଏହି ଆପ୍‌

ନୂଆଦିଲ୍ଲୀ: ହ୍ବାଟ୍‌ସଆପ ହେଉଛି ବିଶ୍ଵର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମେସେଜିଂ ଆପ୍‌। ପ୍ଲେ ଷ୍ଟୋର ହେଉ କିମ୍ବା ଆପଲ ଷ୍ଟୋର, ଏହି ଦୁଇଟି ପ୍ଲାଟ୍‌ଫର୍ମରେ କୋଟି କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଏହି ଆପ୍‌ ଡାଉନଲୋଡ୍‌ କରିଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଏହି ଆପ୍‌ ବ୍ୟବହାର କରୁଥିବା କେତେଜଣ ବ୍ୟବହାରକାରୀଙ୍କ ପାଇଁ ଏକ ଖରାପ ଖବର ଆଣିଛି କମ୍ପାନୀ। ହ୍ବାଟ୍ସଆପ୍‌ ପକ୍ଷରୁ ଏକ ବ୍ଲଗ ପୋଷ୍ଟରେ କୁହାଯାଇଛି ଯେ, ଆସନ୍ତା ଡିସେମ୍ବର ୩୧ ତାରିଖ ପରଠାରୁ ପୁରୁଣା ୱିଣ୍ଡୋଜ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍‌ ବନ୍ଦ କରିଦିଆଯିବ। ଆସନ୍ତା ଜୁନରେ ୱିଣ୍ଡୋଜ ଫୋନଗୁଡ଼ିକ ପାଇଁ ଶେଷ ଅପ୍‌ଡେଟ ସୁବିଧା ଉପଲବ୍ଧ ହେବ। ଏହା ପରଠାରୁ ଆଉ କୌଣସି ଅପଡେଟ୍‌ ମିଳିବ ନାହିଁ। ଏହା ପରେ ୨୦୨୦ ଜାନୁୟାରୀ ୧ରୁ ଏସବୁ ଫୋନଗୁଡ଼ିକରେ ହ୍ବାଟ୍‌ସଆପ ବ୍ୟବହାର ବନ୍ଦ ହୋଇଯିବ।

ପୁରୁଣା ଫୋନଗୁଡ଼ିକ ପାଇଁ ହ୍ବାଟ୍‌ସଆପ ସବୁବେଳେ ଅପ୍‌ଡେଟ ବନ୍ଦ କରିଆସୁଛି। ଏହା ପୂର୍ବରୁ ୨୦୧୮ ଜାନୁୟାରୀ ୧ରୁ ନୋକିଆ ଏସ୍‌-୪୦ ହ୍ୟାଣ୍ଡସେଟ୍‌ ସମେତ ଅନେକ ପୁରୁଣା ଫୋନରେ ହ୍ବାଟ୍‌ସଆପ ସପୋର୍ଟ ବନ୍ଦ କରିଦିଆଯାଇଛି। ପୁରୁଣା ଫୋନଗୁଡ଼ିକରେ ସପୋର୍ଟ ବନ୍ଦ କରିବା ସମ୍ପର୍କରେ ହ୍ବାଟ୍‌ସଆପ କହିଛି ଯେ, କମ୍ପାନୀ ଏପରି ପ୍ଲାଟଫର୍ମ ପାଇଁ ନୂଆ ଫିଚର୍ସ ବିକଶିତ କରୁନାହିଁ। ଫଳରେ ଏହି ଫୋନଗୁଡ଼ିକରେ କିଛି ଫିଚର୍ସ ଆପେ ଆପେ ବନ୍ଦ ହୋଇଯାଉଛି।

- Advertisement -

ହ୍ବାଟ୍ସଆପ୍‌ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୭ବର୍ଷ ଉପରେ କମ୍ପାନୀ ବିଶେଷ ଧ୍ୟାନ ଦେଉଛି। ଯେଉଁ ମୋବାଇଲ ଫୋନକୁ ଲୋକେ ସବୁଠାରୁ ଅଧିକ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ସେଥିରେ ଏହାର ଫିଚର୍ସ ବିକଶିତ କରିବାକୁ ଗୁରୁତ୍ଵ ଦିଆଯାଉଛି। ତେଣୁ ଯେଉଁମାନେ ୱିଣ୍ଡୋଜ ଫୋନରେ ହ୍ବାଟ୍ସଆପ୍‌ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କୁ ନୂଆ ଫୋନ କିଣିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଗତବର୍ଷ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଆଣ୍ଡ୍ରଏଡ୍‌ ଭର୍ସନ ୨.୩.୭ ଏବଂ ଏହା ପୂର୍ବର ଅପରେଟିଂ ସିଷ୍ଟମ, ଆଇଓଏସ୍‌ ୭ ଓ ଏହାଠାରୁ ପୁରୁଣା ଅପରେଟିଂ ସିଷ୍ଟମ ଜରିଆରେ ଚାଲୁଥିବା ଆଇ-ଫୋନରେ ବି ଆଗାମୀ ୨୦୨୦ ଜାନୁୟାରୀ ୧ ପରଠାରୁ ହ୍ବାଟ୍ସଆପ ବନ୍ଦ ହୋଇଯିବ। କିନ୍ତୁ ବର୍ତ୍ତମାନ ଆଣ୍ଡ୍ରଏଡ୍‌ ଫୋନ ସମ୍ପର୍କରେ କମ୍ପାନୀ ପକ୍ଷରୁ କିଛି କୁହାଯାଇ ନାହିଁ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories