www.samajalive.in
Monday, December 8, 2025
24.1 C
Bhubaneswar

ଅବତରଣ କଲା ଜଳନ୍ତା ବିମାନ, ୪୧ ମୃତ

ମସ୍କୋ : ରୁଷରେ ରବିବାର ଘଟିଥିବା ବିମାନ ଦୁର୍ଘଟଣାରେ ଅନ୍ୟୁନ୍‍ ୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁସାରେ ଉଡ଼ାଣ ଭରିବାର କିଛି ସମୟ ପରେ ରୁଷ ସରକାରୀ ବିମାନ କମ୍ପାନୀ ଏରୋଫ୍ଲୋଟ୍‍ର ଏକ ବିମାନରେ ନିଆଁ ଲାଗିଯାଇଥିଲା। ଫଳରେ ବିମାନକୁ ଜରୁରୀ କାଳୀନ ଅବତରଣ କରାଯାଇଥିଲା। ବିମାନରେ ୭୮ ଜଣ ଯାତ୍ରୀ ଥିଲେ।
ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ମୃତକଙ୍କ ମଧ୍ୟରେ ଚାଳକ ଦଳର ଜଣେ ସଦସ୍ୟ ଅଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତିଗୁରୁତର ଅଛି। ତେଣୁ ଆଗକୁ ମୃତକଙ୍କ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।
ବିମାନଟି ରୁଷ ରାଜଧାନୀ ମସ୍କୋରୁ ମରମାଂସ୍କ ଯାଉଥିଲା। ସାମାଜିକ ଗଣମାଧ୍ୟମରେ ଏହାର ଏକ ଭିଡ଼ିଓ ଅପଲୋଡ ହୋଇଛି। ଏହି ଭିଡିଓ ଫୁଟେଜରେ ଦେଖିବାକୁ ମିଳୁଛି ଯେ ଶେରେମେତୈଭୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏରୋଫ୍ଲୋଟ୍‍ର ସୁଖୋଇ ସୁପରଜେଟ ୧୦୦ ବିମାନ ଜଳୁଥିବା ଅବସ୍ଥାରେ ଅବତରଣ କରୁଛି। ଯାତ୍ରୀମାନେ ବିମାନରୁ ବାହରିବାକୁ ଚେଷ୍ଟା କରୁଛନ୍ତି ଓ କାନ୍ଦୁଛନ୍ତି। ମସ୍କୋ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ୩୭ ଜଣଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଶୋଚନୀୟ ଅଛି।
ଏରୋଫ୍ଲୋଟ୍‍ କମ୍ପାନୀ ନିଜ ୱେବସାଇଟ୍‍ରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ୩୩ ଜଣଙ୍କ ନାମ ପ୍ରକାଶ କରିଛି। ଏହାସହ ଏକ ହେଲ୍ପ ଲାଇନ୍‍ ନମ୍ବର ଜାରି କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯାନ୍ତ୍ରିକ ତ୍ରୁଟିରୁ ବିମାନକୁ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା। ହେଲେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣାପଡିନାହିଁ। ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ। ରୁଷ ପ୍ରଧାନମନ୍ତ୍ରୀ ଦମିତ୍ରୀ ମେଦଭେଦେଭ ଏକ ସ୍ୱତନ୍ତ୍ର କମିଟିକୁ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ ଦୁର୍ଘଟଣାରେ ମୃତ ଲୋକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories