www.samajalive.in
Monday, December 8, 2025
27.1 C
Bhubaneswar

ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଖରା ଦିନ ଆରମ୍ଭ ହୋଇସାରିଲାଣି। ଏହି ସମୟରେ ସୂର୍ପ୍ୟଙ୍କ କିରଣର ପ୍ରଭାବ ଖୁବ ଅଧିକ ଥାଏ। ଯାହା ଫଳରେ ଆମକୁ ଖୁବ ଗରମ ଅନୁଭବ ହୋଇଥାଏ। ଲୋକେ ସକାଳ ସମୟରେ ସ୍ନାନ କରି ନିଜର କାର୍ଯ୍ୟରେ ବାହାରି ଯାଇଥାଆନ୍ତି। ମାତ୍ର ଖରାର ପ୍ରଭାବ ଅତ୍ୟଧିକ ଗରମ ଓ ଦିନଯାକର ଅପରିଷ୍କାର ପଦାର୍ଥ ଶରୀରରେ ଜମାଟ ବାନ୍ଧି ରହିଥାଏ। ଏହି କାରଣରୁ ବହୁ ଲୋକେ ରାତି ସମୟରେ ସ୍ନାନ କରି ଶୋଇଥାଆନ୍ତି। ଆଉ କେତେକ ଲୋକେ ଥଣ୍ଡା କାରଣରୁ ଇଚ୍ଛା ଥିଲେ ମଧ୍ୟ ସ୍ନାନ କରିନଥାଆନ୍ତି। ମାତ୍ର ରାତିରେ ଶୋଇବା ପୂର୍ବରୁ ସ୍ନାନ କରିବା ଦ୍ୱାରା ଶରୀରକୁ ଶାନ୍ତି ମିଳିବା ସହ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ। ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା….
ଶରୀରର ଦୂଷିତ ପଦାର୍ଥ ଦୂର ହୋଇଥାଏ-
ଦିନଯାକର ଧୂଳି ଓ ଝାଳ କାରଣରୁ ଶରୀରରେ ଅପରିଷ୍କାର ପଦାର୍ଥ ଜମିଥାଏ। ତେଣୁ ଦିନଯାକର କର୍ମବ୍ୟସ୍ତତା ମଧ୍ୟରେ ରାତି ସମୟରେ ସ୍ନାନ କରିବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ମସ୍ତିଷ୍କ ଶାନ୍ତ ରହିଥାଏ। ମୁହଁ ଉଜ୍ୱଳ ହେବା ସହ ଚର୍ମ ଜନିତ ବିଭିନ୍ନ ରୋଗ ଠାରୁ ଶରୀରକୁ ଦୂରେଇ ରଖିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ –
ଖରାଦିନରେ ରାତି ସମୟରେ ସ୍ନାନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ। ବିଷେଶଜ୍ଞଙ୍କ ମତରେ ରାତିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ –
ଖରାଦିନରେ ରାତି ସମୟରେ ଥଣ୍ଡା ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ରକ୍ତ ସଞ୍ଚାଳନ ସଠିକ ଭାବେ ହେବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ।
ଉତ୍ତମ ନିଦ ହୋଇଥାଏ – 
ଦିନଯାକର କାର୍ଯ୍ୟବ୍ୟସ୍ତତା ଖରାର ପ୍ରଭାବ ହେତୁ ବହୁ ଲୋକଙ୍କୁ ରାତିରେ ଠିକ ଭାବେ ନିଦ ହୋଇନଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ସ୍ନାନ କରନ୍ତୁ। ଏହା ଶରୀରକୁ ଥଣ୍ଡା ରଖେ ଓ ଉତ୍ତମ ନିଦ ହୋଇଥାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories