www.samajalive.in
Monday, December 8, 2025
24.1 C
Bhubaneswar

ଉପହାର ପ୍ୟାକେଟ୍ ବୋମା ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ

ବଲାଙ୍ଗିର: କାଳ ହେଲା ଉପହାର ପ୍ୟାକେଟ୍ । ଉପହାର ପ୍ୟାକେଟ୍ ବୋମା ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲା ପାଟଣାଗଡ ଅଞ୍ଚଳରେ ଘଟିଛି । ବିବାହ ଉତ୍ସବରେ ମିଳିଥିବା ଉପହାର ପ୍ୟାକେଟ ଖୋଲିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ମୃତକ ହେଲେ ଜେମା ସାହୁ(୮୦) ଓ ସୌମ୍ୟ ଶେଖର ସାହୁ। ଏଥିସହ ଏହି ଘଟଣାରେ ଗୁରୁତର ହୋଇଥିବା ସୌମ୍ୟଙ୍କ ସ୍ତ୍ରୀ ରିମା ସାହୁ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ସୌମ୍ୟ ଶେଖର ସାହୁଙ୍କ ସହ ରିମା ସାହୁଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଆଜି ତାଙ୍କ ଘରକୁ ରାୟପୁର ଏକ ଉପହାର ପ୍ୟାକେଟ ଆସି ପହଞ୍ଚି ଥିଲା । ଯାହାକୁ ସେମାନେ ଖୋଲିଲା ବେଳେ ପ୍ୟାକେଟଟି ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳ​‌ରେ ଘରର ସମସ୍ତ ଆସବାବ ପତ୍ର ଜଳି ଯିବା ସହ ନବବଧୂଙ୍କ ସମେତ ତିନି ଜଣ ଗୁରୁତର ହୋଇଥିଲେ । ଜେଜେ ମା ଓ ନାତୁଣୀ ବୋହୂଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜେଜେ ମାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିପରି ବର ସୌମ୍ୟଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା, ସେଠାରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଉପହାର କିଏ ପଠାଇଥିଲା ସେ ନେଇ ପୁଲିସ ଛାନଭିନ୍ ଚଳାଇଛି ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories