ବେଜିଂ : ଚୀନର ରାଜଧାନୀ ବେଜିଂରେ ଚାଲିଥିବା ଆଇଏସଏସଏଫ୍ ବିଶ୍ବକପ ସୁଟିଂ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି । ଶେଷ ଦିନରେ ଭାରତକୁ କୌଣସି ପଦକ ମିଳିନଥିବାବେଳେ ୩ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ସହ ଭାରତ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଦିବ୍ୟାଂଶ ପାନୱାର ଓ ଅଞ୍ଜୁମ ମୋଡ୍ଗିଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଦଳଗତ ଇଭେଣ୍ଟରେ ଚମ୍ପିଆନ ହୋଇ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଦେଇଥିଲେ। ମାନୁ ଭାକେର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଦଳଗତ ଇଭେଣ୍ଟରେ ଚମ୍ପିଆନ ହୋଇ ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିଥିବାବେଳେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଭିଷେକ ବର୍ମା ଦେଶ ପାଇଁ ତୃତୀୟ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଦିବ୍ୟାଂଶ ପାନୱାର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟପଦକ ହାସଲ କରିଥିଲେ। ପ୍ରତିଯୋଗିତାର ଶେଷ ଦିନରେ ଭାରତୀୟ ମହିଳା ସୁଟରଙ୍କୁ ନିରାଶ ହେବାକୁ ପଡିଥିଲା। ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ଗାୟତ୍ରୀ, ସୁନିଧି ଚୌହ୍ବାନ ଓ କାଜଲ ସୈନି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇନଥିବାବେଳେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ମାନୁ ଭାକେର, ରାହୀ ସର୍ନୋବତ୍ ଓ ଚିଙ୍କି ଯାଦବଙ୍କୁ ଅନୁରୂପ ଦଶା ଭୋଗିବାକୁ ପଡିଥିଲା।
Popular Categories


