www.samajalive.in
Thursday, December 11, 2025
26.1 C
Bhubaneswar

ଆଇପିଏଲ- ୨୦୧୯ : ୮ମ ବିଜୟ ସହ ଦିଲ୍ଲୀ ଶୀର୍ଷରେ

ନୂଆଦିଲ୍ଲୀ :  ଯାହା ଆଶା କରାଯାଉଥିଲା, ତାହା ହିଁ ଘଟିଲା। ଦିଲ୍ଲୀ କ୍ୟାପିଟାଲ୍‍ସ୍‍  ପୁଣି ଉନ୍ନତମାନର ପ୍ରଦର୍ଶନ ଜାରି ରଖି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ଆଇପିଏଲ୍‍ କ୍ରିକେଟରେ ରବିବାର ନୂଆଦିଲ୍ଲୀରେ ଦିଲ୍ଲୀ କ୍ୟାପିଟାଲ୍‍ସ୍‍ ଏବଂ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ ବିଜୟ ଲାଭ କରିଛି। ଟସ୍ ଜିତି  ପ୍ରଥମେ ବ୍ୟାଟିଂ କରି  ଦିଲ୍ଲୀ କ୍ୟାପିଟାଲ୍‍ସ୍‍ ୫ ୱିକେଟ ହରାଇ ୧୮୭ ରନ କରିଥିଲା ।  ୧୮୮ରନର ପିଛା କରି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ ୱିକେଟ ହରାଇ ୧୭୧ କରି ୧୬ ରନରେ ପରାସ୍ତ ହୋଇଛି। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍‍ସ୍‍  ୧୨ଟି ମ୍ୟାଚ ଖେଳି ୮ଟି ମ୍ୟାଚ ଜିତି ୧୬ ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛି।
ଅନ୍ୟପକ୍ଷରେ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ସଂଖ୍ୟକ ମ୍ୟାଚ ଖେଳି ୪ଟି ବିଜୟ ସହିତ ୮ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories