www.samajalive.in
Thursday, December 11, 2025
27.1 C
Bhubaneswar

ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ପ୍ରିୟଙ୍କାଙ୍କ ଅଡିଓ ବାର୍ତ୍ତା ପ୍ରଚାର

ନୂଆଦିଲ୍ଲୀ : କଂଗ୍ରେସ ଏହାର ନ୍ୟାୟ ଯୋଜନା ସମ୍ବନ୍ଧରେ ପ୍ରଚାର ଲାଗି ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ନିର୍ଭର କରିଛି। ଏ ନେଇ ଦଳ ପ୍ରିୟଙ୍କାଙ୍କ ଅଡିଓ ବାର୍ତ୍ତା ହିନ୍ଦି ଭାଷାଭାଷୀ ରାଜ୍ୟ ଝାଡଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୪୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ନିକଟରେ ପହଞ୍ଚାଉଛି। ଏହି ରାଜ୍ୟଗୁଡିକରେ ଏପ୍ରିଲ ୨୯ରେ ମତଦାନ ଅନୁଷ୍ଠିତ ହେବ। ଏହି ବାର୍ତ୍ତା ପୂର୍ବରୁ ଉତ୍ତରପ୍ରଦେଶରେ ମଧ୍ୟ ପ୍ରଚାର କରାଯାଇଥିଲା। ଏହି ଯୋଜନାକ୍ରମେ ଦେଶର ୨୦% ଗରିବ ଲୋକଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି। ଉକ୍ତ ଅଡିଓ ବାର୍ତ୍ତାରେ ପ୍ରିୟଙ୍କା ଏହି ଯୋଜନା ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ଏହି ଯୋଜନା ବାବଦ ଅର୍ଥ ସିଧାସଳଖ ଉକ୍ତ ପରିବାରର ମହିଳା ସଦସ୍ୟଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ସେ କହିଛନ୍ତି। ପୂର୍ବରୁ ରାହୁଲଙ୍କ ଲିଖିତ ଚିଠି ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ପରିବାରଗୁଡିକୁ ମଧ୍ୟରେ ବିତରଣ କରାଯାଉଥିଲା। ଏହି ଯୋଜନାକୁ କଂଗ୍ରେସ ଦାରିଦ୍ର୍ୟ ଉପରେ ସର୍ଜିକାଲ ଷ୍ଟ୍ରାଇର ନାମ ଦେଇଛି। ଦାରିଦ୍ର୍ୟ ଉପରେ ପ୍ରହାର, ୭୨,୦୦୦ ବୋଲି ଉକ୍ତ ଚିଠିରେ ଏକ ସ୍ଲୋଗାନ ଲେଖାଯାଇଛି। ନ୍ୟାୟ ଯୋଜନାକୁ ନେଇ ଏକାଧିକ ଅମିମାଂଶୀତ ପ୍ରଶ୍ନ ରହିଥିବା ଦର୍ଶାଯିବା ପରେ କଂଗ୍ରେସ ଏହାର ପ୍ରଚାରରେ ପ୍ରିୟଙ୍କାଙ୍କୁ ସାମିଲ କରିବାକୁ ସ୍ଥିର କରିଥିଲା। ଯୋଜନାଟିକୁ ‘ନ୍ୟୁନତମ ଆୟ ଯୋଜନା ବା ନ୍ୟାୟ’ ଭାବେ ନାମିତ କରିବା ପ୍ରିୟଙ୍କାଙ୍କ ବିଚାରଥିଲା।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories