www.samajalive.in
Wednesday, December 10, 2025
17.1 C
Bhubaneswar

ସୋରିଷ ତେଲ ଅସଲି କି ନକଲି ଜାଣିବାର ଘରୋଇ ଉପାୟ

ପର୍ବପର୍ବାଣୀ ସମୟରେ ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ କରିବା ବେଳେ ତେଲର ଚାହିଦା ଅଧିକ ବଢିଯାଇଥାଏ। ରିଫାଇନ, ଅଲିଭ ଓ ସୋରିଷ ତେଲର ବ୍ୟବହାର ଆମେ ଦୈନନ୍ଦିନ ଜୀବନରେ କରିଥାଉ। ତେବେ ସେହି ତେଲ ଅସଲି କି ନକଲି ଜାଣି ତାହାର ବ୍ୟବହାର କରିବା ଉଚିତ। ଅନେକ ସ୍ଥାନରେ ତେଲରେ କିଛି ମିଶ୍ରିତ କରାଯାଉଥିବାର ଖବର ଆମେ ଶୁଣିବାକୁ ପାଇଥାଉ। ତେଣୁ କିଛି ଉପାୟ ରହିଛି ଯାହା ଦ୍ବାରା ସୋରିଷ ତେଲ ଅସଲି କି ନକଲି ଜାଣିପାରିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ..

ପ୍ରଥମତଃ ସୋରିଷ ତେଲକୁ ରସାୟନିକ ଉପାୟରେ ଯାଞ୍ଚ କରିପାରିବା। ସେଥିପାଇଁ ସୋରିଷ ତେଲରୁ ଅଳ୍ପ ମାତ୍ରାରେ ନେଇ ତାକୁ ଟେଷ୍ଟ ଟ୍ୟୁବରେ ଢାଳନ୍ତୁ। ତାପରେ ସେଥିରେ ନାଇଟ୍ରିକ ଏସିଡର କିଛି ବୁନ୍ଦା ପକାନ୍ତୁ। ଏହାକୁ ଭଲ ଭାବେ ମିଶାଇ ୨ରୁ ୩ ମିନିଟ ପରେ ଗରମ କରନ୍ତୁ। ଯଦି ତାହାର ରଙ୍ଗ ଲାଲ ହୋଇଯିବ ତେବେ ଜାଣିବେ ଯେ ସୋରିଷ ତେଲ ମିଶ୍ରିତ ବା ନକଲି ଅଟେ।

- Advertisement -

ସୋରିଷ ତେଲ ଅସଲି କି ନକଲି ଜାଣିବାର ଘରୋଇ ଉପାୟ :

ପ୍ରଥମତଃ ଅସଲି ସୋରିଷ ତେଲର ଏକ ଭିନ୍ନ ଭିନ୍ନ ବାସ୍ନା ଥାଏ। ସେହି ବାସ୍ନାରୁ ଜାଣି ହେବ ସୋରିଷ ତେଲ ଅସଲି କି ନକଲି ଅଟେ।

ଦ୍ବିତୀୟରେ, ସୋରିଷ ତେଲକୁ ଦୁଇ ବୁନ୍ଦା ନେଇ ହାତରେ ଘଷନ୍ତୁ। ଯଦି ତେଲର ରଙ୍ଗ ଆପଣଙ୍କ ହାତରେ ଲାଗିଯାଏ ତେବେ ତାହା ନକଲି ଅଟେ। ଅସଲି ସୋରିଷ ତେଲକୁ ହାତରେ ଘଷିବା ଦ୍ବାରା ତାହା ବାସ୍ନା ହୋଇଥାଏ ଓ ରଙ୍ଗରେ କୌଣସି ପରିବର୍ତ୍ତନ ହୋଇ ନ ଥାଏ।

ତୃତୀୟରେ, ଏକ ପାତ୍ରରେ ସୋରିଷ ତେଲ ନେଇ ତାହାକୁ ଫ୍ରିଜରେ ରଖି ଦିଅନ୍ତୁ। ଫ୍ରିଜରେ ରଖିବା ପରେ ସୋରିଷ ତେଲ ଯଦି ଜମା ହୋଇ ରହେ ତେବେ ନକଲି ଅଟେ। ଅସଲି ତେଲ କେବେ ବି ଜମା ହୋଇ ରହେ ନାହିଁ।

ନକଲି  ସୋରିଷ ତେଲକୁ ଅଧିକ ଗରମ କଲେ ବ୍ୟକ୍ତିଙ୍କର ଛିଙ୍କ ହୋଇଥାଏ। ଏହାସହ ମୁଣ୍ଡ ମଧ୍ୟ ବୁଲାଇବା ପରି ସମସ୍ୟା ଦେଖା ଦେଇଥାଏ।

ନକଲି ସୋରିଷ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ଏସିଡିଟି ହୋଇଥାଏ। ପେଟ ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories