www.samajalive.in
Wednesday, December 10, 2025
26.1 C
Bhubaneswar

ଶ୍ରୀଲଙ୍କା ବିସ୍ଫୋରଣ ପୂର୍ବରୁ ୩ ଥର ସତର୍କ କରାଇଥିଲା ଭାରତ; ମୃତ୍ୟୁସଂଖ୍ୟା ୩୫୯ ଛୁଇଁଲା

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋରେ ଥିବା ଏକାଧିକ ଚର୍ଚ୍ଚ ଏବଂ ହୋଟେଲରେ ଗତ ରବିବାର ସିରିଜ ବିସ୍ଫୋରଣ ଘଟିଥିଲା। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ଏବଂ ସ୍ଥାନୀୟ ଜାତୀୟ ତୋହୀଦ ଜମାତ(ଏନଟିଜେ) ଏହି ଆକ୍ରମଣ କରିଥିଲେ। ବୁଧବାର ସୁଦ୍ଧା ମୃତ୍ୟୁସଂଖ୍ୟା ୩୫୯ରେ ପହଞ୍ଚିଛି। ତେବେ ଆକ୍ରମଣର ବହୁ ପୂର୍ବରୁ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ସତର୍କ କରାଯାଇଥିଲା। ଏପରି କି ୩ ଥର ଭାରତ ଏ ସମ୍ପର୍କରେ ଶ୍ରୀଲଙ୍କାକୁ ଜଣାଇଥିଲା। କିନ୍ତୁ ସତର୍କତା ମୂଳକ ପଦକ୍ଷେପ ନେବାରେ ଶ୍ରୀଲଙ୍କା ବିଳଫ ହୋଇଥିଲା ବୋଲି କେନ୍ଦ୍ରୀୟ ଗୋଇନ୍ଦା ସଂସ୍ଥାର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।

ପ୍ରଥମେ ଗତ ଏପ୍ରିଲ ୪  ତାରିଖରେ ଆକ୍ରମଣ ନେଇ ଶ୍ରୀଲଙ୍କାକୁ ସତର୍କ କରାଯାଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ୨୦୧୮ ଡିସେମ୍ବରରେ ଏନଟିଜେ ମୁଖ୍ୟ ମୌଲବୀ ଜହରନ ବିନ ହାସିମ ଜାରି କରିଥିବା ଏକ ଭିଡିଓକୁ ନେଇ ତଦନ୍ତ କରିବା ପରେ ଏହି ତଥ୍ୟ ପାଇଥିଲା। ସତର୍କ କରାଇବା ସମୟରେ ଏନଆଇଏ ପକ୍ଷରୁ ଚର୍ଚ୍ଚ ବ୍ୟତୀତ ଭାରତୀୟ ଦୂତାବାସକୁ ଆତଙ୍କବାଦୀମାନେ ଟାର୍ଗେଟ କରିପାରନ୍ତି ବୋଲି ଶ୍ରୀଲଙ୍କାକୁ ଅବଗତ କରାଯାଇଥିଲା।

- Advertisement -

ଏହା ପରେ ଆକ୍ରମଣ ପୂର୍ବ ଦିନ ଅର୍ଥାତ ଶନିବାର ପୁଣି ଥରେ ସତର୍କ କରାଯାଇଥିଲା। ଶେଷରେ ରବିବାର ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ମଧ୍ୟ ସତର୍କ ରହିବାକୁ ଶ୍ରୀଲଙ୍କାକୁ ଏନଆଇଏ ପରାମର୍ଶ ଦେଇଥିଲା। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂଘେ ମଧ୍ୟ ଏହା ସ୍ବୀକାର କରିଛନ୍ତି। ଭାରତ ପକ୍ଷରୁ ଆମକୁ ଗୋଇନ୍ଦା ସୂଚନା ଦିଆଯାଇଥିଲା। କିନ୍ତୁ ଆମେ କିପରି ତାହା ଉପରେ ପଦକ୍ଷେପ ନେବୁ ସେ ସମ୍ପର୍କରେ ଭାରତୀୟ ଗୋଇନ୍ଦା ସଂସ୍ଥା ପକ୍ଷରୁ କିଛି କୁହାଯାଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ୱିକ୍ରେମସିଂଘେ ଏକ ଜାତୀୟ ଟିଭି ଚ୍ୟାନେଲକୁ କହିଛନ୍ତି।

ସୂଚନାଯୋଗ୍ୟ, କୋଏମ୍ବାଟୁରରେ ହିନ୍ଦୁ ନେତାଙ୍କୁ ହତ୍ୟା କରିବା ପାଇଁ ଆତଙ୍କବାଦୀ ଆକ୍ରମଣ ଯୋଜନା ଚାଲିଥିବା ନେଇ ଗୋଇନ୍ଦା ସୂଚନା ମିଳିଥିଲା। ଏହା ପରେ ୨୦୧୮ ସେପ୍ଟେମ୍ବର ୧ରେ ଚେନ୍ନାଇର କୁନିୟାମୁଥୁର, ଉକ୍କଡାମ, ଓଟେରି ଏବଂ କୋଏମ୍ବାଟୁରର ତିନ୍ଦିଭାନମ ଏବଂ ଭେରାଇଟି ହଲ୍‌ ରୋଡ୍‌ରେ ଚଢ଼ାଉ କରାଯାଇ ୬ ଆଇଏସ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିଲା। ସେଠାରୁ ଜବତ ପେନ୍‌ ଡ୍ରାଇଭ, ସିଡୀ, ମୋବାଇଲ ଫୋନ ଏବଂ ଡିଭିଡିରୁ ଏକ ଭିଡିଓ ମିଳିଥିଲା। ଏଥିରେ ଏନଟିଜେ ମୁଖ୍ୟ ହାସିମଙ୍କ ଏକ ଭିଡିଓ ରହିଥିଲା। ଭିଡିଓରେ ହାସିମ ଶ୍ରୀଲଙ୍କା, ତାମିଲନାଡୁ ଏବଂ କେରଳର ମୁସଲମାନ ଯୁବକଙ୍କୁ ନିଜ ଅଞ୍ଚଳରେ ଇସଲାମିକ ରୁଲ ଲାଗୁ କରିବାକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ଏନଆଇଏ ଶ୍ରୀଲଙ୍କାକୁ ସତର୍କ କରାଇଥିଲା।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories