ଜାଣନ୍ତୁ, କେଉଁ ପାତ୍ରରେ ଖାଇଲେ କି ଲାଭ ମିଳେ ?
ପ୍ରତ୍ୟେକ ମଣିଷ ଚାହିଁଥାଏ ଉତ୍ତମ ସ୍ୱାସ୍ଥ୍ୟ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁସ୍ୱାଦୁ ଓ ପୃଷ୍ଟିକର ଖାଦ୍ୟ ଆବଶ୍ୟକ। ସାଧାରଣତଃ ଖାଇବା ବେଳେ ଆମେ ବିଭିନ୍ନ ପାତ୍ରରେ ଖାଇଥାଉ। ଏହାଦ୍ୱାରା ଆମ ଶରୀରର ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇଲେ କିପ୍ରକାର ସମସ୍ୟା ହୋଇଥାଏ?
ଲୌହ କିମ୍ବା ଷ୍ଟିଲ : ନିୟମିତ ରୂପେ ଲୌହ ପାତ୍ରରେ ଖାଦ୍ୟ ଗ୍ରହଣ କଲେ ମନ ଅସ୍ଥିର ରହିଥାଏ। ଅନେକ ସମୟରେ ବାୟୁଜନିତ ରୋଗ ମଧ୍ୟ ହୋଇଥାଏ।
ରସ ପାତ୍ର : ରସ ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମାନସିକ ଚିନ୍ତାଧାରା ବଢ଼ିଥାଏ। ମାନସିକ ଚିନ୍ତଧାରା ବଢ଼ିବା ଦ୍ୱାରା ବ୍ୟକ୍ତି ଚିଡ଼ଚିଡା ପ୍ରକୃତିର ହୋଇଯାଇଥାଏ।
କଦଳୀ ପତ୍ର : କଦଳୀ ପତ୍ରକୁ ପୁରାଣରେ ସୁନାର ଥାଳି କୁହାଯାଇଛି। କଦଳୀ ପତ୍ରରେ ଖାଇବା ଦ୍ୱାରା ଆୟୁଷ ବଢ଼ିଥାଏ ବୋଲି ପୁରାଣରେ କୁହାଯାଇଛି।
ପିତ୍ତଳ ପାତ୍ର : ପୁରାତନ ଯୁଗରେ ପିତ୍ତଳ ବ୍ୟବହାର ଅତ୍ୟଧିକ ମାତ୍ରାରେ କରାଯାଉଥିଲା। ପିତ୍ତଳରେ ଖାଇବା ଦ୍ୱାରା ଶରୀର ଓ ମନକୁ ଶାନ୍ତି ମିଳେ। ମନ ପବିତ୍ର ମଧ୍ୟ ରହିଥାଏ।
ତମ୍ବା ପାତ୍ର : ତମ୍ବା ପାତ୍ରରେ ଭଗବାନଙ୍କୁ ପୂଜା କରାଯାଏ। ତେଣୁ ଏହି ପାତ୍ରରେ ଭୋଜନ କରିବା ଦ୍ୱାରା ଶରୀର ପବିତ୍ର ରହିବା ସହ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।
କଂସା ପାତ୍ର : କଂସା ପାତ୍ରରେ ଖାଦ୍ୟ ଖାଇଲେ ମଣିଷ ନିରୋଗ ରହିଥାଏ। ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ।
ମାଟି ପାତ୍ର : ମାଟି ପାତ୍ରରେ ଖାଦ୍ୟ ରାନ୍ଧିଲେ ଖାଦ୍ୟର ସ୍ୱାଦ ଅତ୍ୟନ୍ତ ସୁସ୍ୱାଦୁ ହୋଇଥାଏ। ମାଟି ପାତ୍ରରେ ଖାଦ୍ୟ ଖାଇଲେ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ।
ଋୂପା ପାତ୍ର : ରୂପା ପାତ୍ରରେ ଖାଦ୍ୟ ଖାଇବା ଦ୍ୱାରା ମଣିଷ ବୁଦ୍ଧିବନ୍ତ ଓ ନ୍ୟାୟବନ୍ତ ହୋଇଥାଏ।
ସୁନା ପାତ୍ର : ସୁନା ପାତ୍ରରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ ପ୍ରିୟପାତ୍ର ହୋଇ ପାରିବେ। ଘରେ ଧନ ସମ୍ପତ୍ତିର ବୃଦ୍ଧି ମଧ୍ୟ ହୋଇଥାଏ। ବିଦ୍ୟା ଓ ଆୟୁ ବୃଦ୍ଧି ହୋଇଥାଏ।
Comments are closed.