www.samajalive.in
Saturday, December 6, 2025
16.1 C
Bhubaneswar

ଏଠାରେ ନିଅନ୍ତୁ ଭ୍ରମଣର ପ୍ରକୃତ ମଜା

ଖରାଦିନରେ ଅଧିକାଂଶ ଲୋକେ ଘରେ ଆରାମରେ ଏସି ଓ କୁଲର ପାଖରେ ରହିବାକୁ ପସନ୍ଦ କରିଥାଆନ୍ତି। ମାତ୍ର ଭ୍ରମଣ ପାଇଁ ଇଚ୍ଛା ହେଲେ ଆଉ ଖରା ପାଇଁ ଚିନ୍ତିତ ହେବାକୁ ପଡ଼ିବ ନାହିଁ। କାରଣ ଖରାଦିନରେ ବୁଲିବା ପାଇଁ କିଛି ସ୍ଥାନ ବିଷୟରେ ଆସନ୍ତୁ ଜାଣିବା। ଯେଉଁ ଠାରେ ଆପଣ ଖରାଦିନରେ ମଧ୍ୟ  ଗରମ ଅନୁଭବ କରିବେ ନାହିଁ।

ହୋରର୍ସଲେ ହିଲ –
ହୋରର୍ସଲେ ହିଲ ଆନ୍ଧ୍ରପ୍ରଦେଶର ସ୍ୱର୍ଗ ବୋଲି କୁହାଯାଏ। ପ୍ରକୃତି ନିଜର ସୌନ୍ଦର୍ଯ୍ୟ ଏଠାରେ ଅଜାଡ଼ି ଦେଇଥିବା ଭଳି ମନେ ହୁଏ। ଏଠାରେ ଆପଣ ସୁନ୍ଦର ସୁନ୍ଦର ବୃକ୍ଷଲତା ଦେଖିବାକୁ ପାଇବେ। ନିଜ ପରିବାର ସହ ଏଠାରେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ବେଶ ମଜା ନେଇପାରିବେ।

- Advertisement -

ଦକ୍ଷିଣ ଭାରତର ସୁନ୍ଦର ରାଜ୍ୟ ତାମିଲନାଡ଼ୁରେ ଥିବା ଊଟୀ ଦେଶର ସବୁଠାରୁ ଚର୍ଚ୍ଚିତ ପାହାଡ଼ିଆ ସ୍ଥାନ ଅଟେ। ଏଠାକାର ମନମୁଗ୍ଧକର ସୁନ୍ଦରତା ଆପଣଙ୍କୁ ଭ୍ରମଣର ଏକ ସ୍ୱତନ୍ତ୍ର ମଜାର ଅନୁଭୂତି ପ୍ରଦାନ କରିବ।

କୋଡ଼ଇକନାଲ – ଏହା ତାମିଲନାଡ଼ୁରେ ଅବସ୍ଥିତ। ଏଠାରେ ଆପଣ ଭିନ୍ନ ଭିନ୍ନ ପ୍ରକାରର ବୃକ୍ଷଲତା ଦେଖିବାକୁ ପାଇବେ। ଏଠାରେ ବୋଟିଂ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ। ତେଣୁ ବୁଲିବା ପାଇଁ ଏହା ମଧ୍ୟ ଏକ ଉତ୍ତମ ସ୍ଥାନ ।

ଭାରତର ଉତ୍ତରାଖଣ୍ଡସ୍ଥିତ ଔଲୀ ସବୁଠାରୁ ଥଣ୍ଡା ସ୍ଥାନ ମଧ୍ୟରୁ ଗୋଟିଏ। ଶସ୍ୟଶ୍ୟାମଳା ପରିବେଶର ଆନନ୍ଦ ଏଠାରେ ନେବା ସହ ସ୍ନୋ ଫଲର ମଜା ମଧ୍ୟ ନେଇ ପାରିବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories