www.samajalive.in
Wednesday, December 10, 2025
26.1 C
Bhubaneswar

ଖର୍ଚ୍ଚ ତୁଳନାରେ ଆୟ କମ ; କ୍ଷତି ସହୁଛି ଭାରତୀୟ ଡାକ

ନୂଆଦିଲ୍ଲୀ : ଭାରତୀୟ ଡାକ ବା ଇଣ୍ଡିଆ ପୋଷ୍ଟ ବହୁ ପରିମାଣ କ୍ଷତି ସହିବାକୁ ଯାଉଛି। ଭାରତୀୟ ଡାକର ଏହି କ୍ଷତି ମୂଲ୍ୟ ବିଏସଏନଏଲ ଏବଂ ଏୟାର ଇଣ୍ଡିଆ କ୍ଷତି ତୁଳନାରେ ଖୁବ ବେଶୀ ବୋଲି ଜଣାପଡିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତୀୟ ଡାକ ସମୁଦାୟ ୧୫ହଜାର କୋଟି ଟଙ୍କା କ୍ଷତି ସହିବାକୁ ଯାଉଛି। ପୂର୍ବ ୩ ଆର୍ଥିକ ବର୍ଷରେ ଭାରତୀୟ ଡାକର କ୍ଷତି ୧୫୦% ବଢିଯାଇଛି। ବର୍ତ୍ତମାନ ଭାରତୀୟ ଡାକ ସବୁଠାରୁ ବେଶି କ୍ଷତି ସହିବାକୁ ଯାଉଥିବା ସରକାରୀ କମ୍ପାନୀର ମାନ୍ୟତା ହାସଲ କରିଛି।
କର୍ମଚାରୀ ମାନଙ୍କ ଦରମା ଓ ଭତ୍ତା ଖର୍ଚ୍ଚ ବାବଦରେ କମ୍ପାନୀ ଏହି କ୍ଷତି ବହନ କରୁଛି। ଏଥିପାଇଁ କମ୍ପାନୀକୁ ନିଜ ରାଜସ୍ୱରୁ ୯୦% ଖର୍ଚ୍ଚ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ବିଏସ୍‍ଏନଏଲ ୨୦୧୮-୧୯ ଆର୍ଥିକ ବର୍ଷରେ ୭,୫୦୦ କୋଟି ଟଙ୍କା ଏବଂ ଏୟାର ଇଣ୍ଡିଆ ୨୦୧୭-୧୮ ଆର୍ଥିକ ବର୍ଷରେ ୫,୩୩୭ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା।
ଭାରତୀୟ ଡାକରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧୮ହଜାର କୋଟି ଟଙ୍କା ରାଜସ୍ୱ ଆୟ କରାଯାଇଥିଲା। ଏଥିରୁ ୧୬,୬୨୦ କୋଟି ଟଙ୍କା କର୍ମଚାରୀଙ୍କ ଦରମା ଏବଂ ଭତ୍ତାରେ ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି।
କମ୍ପାନୀର କହିବା ଅନୁସାରେ ୨୦୨୦ ଆର୍ଥିକ ବର୍ଷରେ ଦରମା ଏବଂ ଭତ୍ତାରେ ୧୭,୪୫୧ କୋଟି ଟଙ୍କା ଏବଂ ପେନସନ ପାଇଁ ୧୦,୨୭୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। କିନ୍ତୁ ଭାରତୀୟ ଡାକର ଆୟ ମାତ୍ର ୧୯,୨୦୩ କୋଟି ଟଙ୍କା ରହିଥିବା ଅନୁମାନ କରାଯାଉଛି। ତେଣୁ ଭବିଷ୍ୟତରେ କମ୍ପାନୀ ଆହୁରି କ୍ଷତି ସହିବ ବୋଲି ଅନୁମାନ କରାଯାଉଛି।
ଭାରତୀୟ ଡାକ ଗୋଟିଏ ପୋଷ୍ଟ କାର୍ଡରେ ୧୨.୧୫ ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ, କମ୍ପାନୀ ଏହାକୁ ୫୦ ପଇସାରେ ବିକ୍ରି କରୁଛି। ସେହିପରି ଗୋଟିଏ ପାର୍ସଲ ପିଛା ୮୯.୨୩ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ କମ୍ପାନୀକୁ ମାତ୍ର ଅଧା ଟଙ୍କା ମିଳୁଛି। ବୁକ ପୋଷ୍ଟ, ସ୍ପିଡ ପୋଷ୍ଟ ଓ ରେଜିଷ୍ଟ୍ରେସନରେ ମଧ୍ୟ ଏହି ଖର୍ଚ୍ଚ କରାଯାଉଛି। କମ୍ପାନୀର ବ୍ୟୟ ଅଧିକ ହେଉଥିବା ବେଳେ ଆୟ ହୋଇପାରୁ ନାହିଁ। ଜନସାଧାରଣ ଡାକର ବ୍ୟବହାର ବଦଳରେ ଇମେଲ, ଫୋନ କଲ ଆଦି ବ୍ୟବହାର କରୁଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories