www.samajalive.in
Monday, December 8, 2025
27.1 C
Bhubaneswar

ମୋ ଭ୍ରଷ୍ଟାଚାର ବିରୋଧୀ ନୀତି ଦେଖି ମୋତେ ତଡ଼ିବାକୁ ବସିଛନ୍ତି: ମୋଦୀ

ସମ୍ବଲପୁର: ଦିଲ୍ଲୀରେ ପୂର୍ବରୁ ଯେଉଁ ସରକାର ରହିଥିଲା ସେ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ବୁଡ଼ି ରହିଥିଲା। ଗରିବ, ଚାଷୀମାନଙ୍କ ପାଇଁ ଯେଉଁ ଯୋଜନା ହେଉଥିଲା ସେଥିରେ ଭ୍ରଷ୍ଟାଚାର ଦେଖିବାକୁ ମିଳୁଥିଲା। ଲୋକଙ୍କ ବିକାଶ ପାଇଁ ୧ଟଙ୍କା ଦିଆଯାଉଥିବାବେଳେ ୮୫ ପଇସା ଦଲାଲଙ୍କ ପାଖକୁ ଚାଲିଯାଉଥିଲା। ବର୍ତ୍ତମାନ ମୋଦୀ ସରକାର ଆସିବା ପରେ ଏସବୁ ଉପରେ ରୋକ ଲଗାଯାଇପାରିଛି। କିନ୍ତୁ ମୋଦୀ ସରକାରଙ୍କ ଭ୍ରଷ୍ଟାଚାର ବିରୋଧୀ ନୀତିକୁ ବିରୋଧୀ ଦଳଗୁଡ଼ିକ ସହି ପାରୁ ନାହାନ୍ତି। ତେଣୁ ମୋତେ ସେମାନେ ତଡ଼ିବାକୁ ବସିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସମ୍ବଲପୁରଠାରେ ଆୟୋଜିତ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଯୋଗଦେଇ ପୂର୍ବର କଂଗ୍ରେସ ସରକାର ଏବଂ ରାଜ୍ୟର ବିଜେଡି ସରକାର ଉପରେ ବିର୍ଷିବା ସହ ଏଭଳି ମତ ଦେଇଛନ୍ତି।

ମୋଦୀ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ପରେ ବିଶ୍ଵାସ ଆସିଛି ଦିଲ୍ଲୀରେ ପୁଣି ମୋଦୀ ସରକାର ଗଠନ ହେବ। ଓଡ଼ିଶାରେ ବି ବିଜେପି ସରକାର ହେବା ଜଣାପଡ଼ିଯାଇଛି। ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ। ତାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାରେ ଅଭାବ ରହିଥିଲା। ଦିଲ୍ଲୀରୁ ଆସୁଥିବା ଟଙ୍କା ଠିକ୍‌ ଭାବେ ପହଞ୍ଚୁ ନ ଥିଲା। ଦିଲ୍ଲୀରୁ ୧ ଟଙ୍କା ଆସିଲେ ସେଥିରୁ ୮୫ ପଇସା ଦଲାଲ ନେଇଯାଉଥିଲେ। ବାକି ପଇସାରେ ଦେଶରେ ଉନ୍ନତି ହେବା ଅସମ୍ଭବ। ସ୍ବାଧୀନତା ପରଠାରୁ ଏ ଭ୍ରଷ୍ଟାଚାର ଚାଲିଥିଲା। ଏହାକୁ କେହି ରୋକିବାକୁ ଚାହୁଁ ନ ଥିଲେ। ମୋଦୀ ସରକାର ଆସିବା ପରେ ଏହି ଭ୍ରଷ୍ଟାଚାର ବନ୍ଦ ହୋଇଯାଇଛି। ଦିଲ୍ଲୀରୁ ୧ ଟଙ୍କା ଆସିଲେ ୧୦୦ରୁ ୧୦୦ ପଇସା ଲୋକଙ୍କ ପାଇଁ ଖର୍ଚ୍ଚ ହେଉଛି।

- Advertisement -

ସ୍ବାଧୀନତାର ଅନେକ ବର୍ଷ ପରେ ବି ଓଡ଼ିଶାବାସୀ ଗରିବ ରହିଛନ୍ତି। ଏଠାରେ ବିଦ୍ଵେଷ ଏବଂ ଅସମାନତା ଭାବ ସୃଷ୍ଟି କରାଯାଇଛି। ଏଠାରେ ମହାନଦୀ, ହୀରାକୁଦ ପରି ଜଳସମ୍ପଦ ରହିଛି। ଏମଏସପି ବୃଦ୍ଧି କରାଯାଇଛି, କିନ୍ତୁ ରାଜ୍ୟ ସେ ଲାଭ ଚାଷୀଙ୍କୁ ଦେଉନାହିଁ। ଓଡ଼ିଶାରେ ପିଏମ୍‌ କିଷାନ ଯୋଜନାରେ ଚାଷୀମାନେ ଫାଇଦା ପାଉନାହାନ୍ତି। ବିଜେଡି ସରକାର ଚାଷୀଙ୍କ ତାଲିକା ଦେଉନାହିଁ। ଏଯାଏ ମାତ୍ର ସାଢ଼େ ୮ଲକ୍ଷ ଚାଷୀଙ୍କୁ ଟଙ୍କା ମିଳିପାରିଛି। ଏଠାକାର ସରକାର ଯେଉଁ ଯୋଜନା କରିଛନ୍ତି, ସେଥିରେ ଦୁର୍ନୀତି ଦେଖିବାକୁ ମିଳିଛି ବୋଲି ମୋଦୀ କହିଛନ୍ତି।

ଜଳ ସମ୍ପଦ, ମତ୍ସ୍ୟଜୀବୀଙ୍କ ପାଇଁ ଅଲଗା ମନ୍ତ୍ରଣାଳୟ:-

ଉଦବୋଧନ ଦେବା ଅବସରରେ ମୋଦୀ କହିଥିଲେ,  ଚଳିତ ନିର୍ବାଚନରେ ମୋଦୀ ସରକାର ଆସିଲେ ଜଳ ସଂଶୋଧନ ମନ୍ତ୍ରଣାଳୟ ହେବ। କେବଳ ଜଳ ଯୋଗାଣ ଏବଂ ଜଳ ସମ୍ପଦ ପାଇଁ ମନ୍ତ୍ରଣାଳୟ ହେବ। ମତ୍ସ୍ୟଜୀବୀଙ୍କ ପାଇଁ ଅଲଗା ମତ୍ସ୍ୟ ମନ୍ତ୍ରଣାଳୟ ଗଠନ କରାଯିବ। ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ୧୦ ହଜାର କୋଟି ଖର୍ଚ୍ଚ ହେବ। ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବ ନାହିଁ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories