www.samajalive.in
Monday, December 8, 2025
27.1 C
Bhubaneswar

ପ୍ରବଚନ ଶୁଣୁଥିବା ବେଳେ ଧକ୍କା ଦେଲା ଗାଡି ; ଚାଲିଗଲା ଯୁବକଙ୍କ ଜୀବନ

ସୋର : ବାଲେଶ୍ବର ଜିଲା ସିମୁଳିଆ ଥାନା ରାମକୃଷ୍ଣପୁରରେ ସୋମବାର ରାତିରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରବଚନ ଶୁଣୁଥିବା ବେଳେ ବାପା ଆଖି ଆଗରେ ପିକଅପ୍ ଭ୍ୟାନ ଧକ୍କା ଦେବାରୁ ପୁଅର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରାମକୃଷ୍ଣପୁର ଗ୍ରାମର ପ୍ରମୋଦ ବଳ (୨୫)। ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ସିମୁଳିଆ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ ସୋମବାର ରାତିରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ହେଉଥିଲା। ସେହି ଗ୍ରାମର ପ୍ରତାପ ବଳ ଓ ତାଙ୍କ ପୁଅ ପ୍ରମୋଦ ରାସ୍ତାର ବାମ ପଟେ ଛିଡା ହୋଇ ପ୍ରବଚନ ଶୁଣୁଥିଲେ। ସେହି ସମୟରେ ବାଲିଖଣ୍ଡ-ବୁଡିପୋଖରୀ ରାସ୍ତାରେ ବାଲିଖଣ୍ଡ ଆଡୁ ଏକ ପିକଅପ ଭ୍ୟାନ ଦ୍ରୁତ ଗତି​‌ରେ ଆସି ପ୍ରମୋଦଙ୍କୁ ଧକ୍କା ଦେଇଥିଲା। ଫଳ​‌ରେ ପ୍ରମୋଦ ରାସ୍ତାରେ ଛିଟିକି ପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories