www.samajalive.in
Monday, December 8, 2025
20.1 C
Bhubaneswar

ମନ୍ଦିରରେ ପୂଜାର୍ଚ୍ଚନା ସାରି ରୋଡ୍ ଶୋ କଲେ ରାଜନାଥ ସିଂ

ଲକ୍ଷ୍ନୌ : କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ ଲୋକସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ । ନାମାଙ୍କନ ପତ୍ର ପୂର୍ବରୁ ରାଜନାଥ ସିଂ ସହରରେ ରୋଡ ଶୋ କରିଛନ୍ତି । ଏଥିରେ ବହୁ ସଂଖ୍ୟକ ବିଜେପି କର୍ମକର୍ତ୍ତା ସାମିଲ ହୋଇଛନ୍ତି । ରୋଡ୍ ଶୋରେ ବାହାରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ହନୁମାନ ସେତୁ ସ୍ଥିତ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାଜନାଥ ସିଂଙ୍କ ବ୍ୟତୀତ ବିଜେପିର ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ​‌ଏସକେ କିଶୋର ମଧ୍ୟ ମୋହନଲାଲଙ୍ଗଜରୁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ।

pic courtesy amarujala

ବିଜେପି ରାଜ୍ୟ ମୁଖପାତ୍ର ହିରୋ ବାଜପେୟୀଙ୍କ ସୂଚନା ଅନୁଯାୟୀ, ରାଜନାଥ ସିଂଙ୍କ ରୋଡ୍ ଶୋ ବିଜେପି କାର୍ଯ୍ୟାଳୟ, ହଜରତଙ୍ଗଜ ଛକ ଏବଂ ଡିଏମ୍ ନିବାସ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ । ଏଥିରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଡ. ଦିନେଶ ଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା କଲରାଜ ମିଶ୍ର, ବିଜେପିର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ସହ ଦଳର ଅନ୍ୟାନ୍ୟ ନେତା ଓ ବିଧାୟକ ଏହି ରୋଡ୍ ଶୋରେ ସାମିଲ ହୋଇଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories