ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ଓଡ଼ିଶାରେ ଏଥର ବିଜେପି ସରକାର ଆସିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୋଦୀ ଜୟ ଜଗନ୍ନାଥ ଏବଂ ଜୁହାର କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ସେ ଓଡ଼ିଶାର ବରପୁତ୍ରମାନଙ୍କୁ ସ୍ମରଣ କରିଥିଲେ। ଓଡ଼ିଶା ଆସିବା ମୋତେ ତୀର୍ଥଯାତ୍ରା ଭଳି ଲାଗୁଛି ବୋଲି କହିବା ସହିତ ଏ ଚୌକିଦାରକୁ ଦେଶବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ହୋସ୍ ଉଡ଼ିଯାଉଛି ବୋଲି ମୋଦୀ କହିଥିଲେ।
‘ଏ ଚୌକିଦାରକୁ ଲୋକଙ୍କ ଭଲପାଇବା ଦେଖି ବିରୋଧୀଙ୍କ ହୋସ୍ ଉଡ଼ିଯାଉଛି’
Popular Categories



