www.samajalive.in
Friday, December 12, 2025
19.1 C
Bhubaneswar

ସାମ୍ନାକୁ ଆସିଲା ‘ଭାରତ’ରେ ସଲମାନଙ୍କ ଜବରଦସ୍ତ ଲୁକର ପୋଷ୍ଟର

ମୁମ୍ବଇ : ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଏଥିରେ ସଲମାନଙ୍କ ଜବରଦସ୍ତ ଲୁକ୍‍ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ସଲମାନଙ୍କୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଭୂମିକାରେ ଦେଖିବାକୁ ମିଳିଛି। ସଲମାନ ନିଜେ ସାମାଜିକ ଗଣମାଧ୍ୟମରେ ‘ଭାରତ’ରେ ତାଙ୍କ ଲୁକର ଏକ ନୂଆ ପୋଷ୍ଟର ଶେୟାର କରିଛନ୍ତି। ଏହାସହ ସେ ଲେଖିଛନ୍ତି, “ଯେତିକି ଧଳା କେଶ ମୋ ମୁଣ୍ଡ ଓ ଦାଢିରେ, ତା’ଠାରୁ ଅଧିକ ରଙ୍ଗୀନ ମୋ ଜୀବନ”। ଏହି ପୋଷ୍ଟରରେ ୨୦୧୦ ଲେଖା ହୋଇଛି। ପୋଷ୍ଟର ତଳ ଭାଗକୁ କିଛି ଶିଶୁ ଓ ଚିନ୍ତିତ ମହିଳାଙ୍କୁ ଦେଖିବାକୁ ମିଳିଛି। ଏଥିସହିତ ଏହାର ଟ୍ରେଲର ୨୬ ଏପ୍ରିଲରେ ରିଲିଜ୍‍ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅଲ୍ଲୀ ଅବାସ୍‍ ଜଫର ‘ଭାରତ’ର ନିର୍ଦ୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ରରେ ସଲମାନଙ୍କ ଏକ ଲୁକ୍‍ ଟିଜର ପୂର୍ବରୁ ରିଲିଜ କରାଯାଇଥିଲା। ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ସୁନୀଲ ଗ୍ରୋଭର ଓ ଜ୍ୟାକି ଶ୍ରଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଭାରତ’ ଚଳିତ ବର୍ଷ ୫ ଜୁନରେ ପରଦାକୁ ଆସିବ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories