ରାଫେଲ ଥିଲେ ବଲାକୋଟ ଏୟାର ଷ୍ଟ୍ରାଇକ ଫଳ କିଛି ଅଲଗା ହୋଇଥାନ୍ତା : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ : ରାଫେଲ ଚୁକ୍ତିକୁ ନେଇ ଦେଶରେ ରାଜନୀତି ସରଗରମ ରହିଥିବାବେଳେ ବାୟୁ ସେନା ମୁଖ୍ୟ ଯୁଦ୍ଧ ସମୟରେ ରାଫେଲର ଆବଶ୍ୟକତାକୁ ପ୍ରକାଶ କରିଛନ୍ତି। ବାୟୁସେନା ମୁଖ୍ୟ ବି.ଏସ୍‍. ଧନୁଆଙ୍କ କହିବା ଅନୁସାରେ ଯଦି ରାଫେଲ ବିମାନ ବାୟୁସେନାରେ ଠିକ ସମୟରେ ସାମିଲ ହୋଇଥାନ୍ତା, ତେବେ ବାଲାକୋଟ ଏୟାର ଷ୍ଟ୍ରାଇକର ରୂପ କିଛି ଅଲଗା ହୋଇଥାନ୍ତା। ରାଫେଲ ବିମାନ ଯୋଡିହେବା ପରେ ଏହି ଆକ୍ରମଣ ଭାରତ ସପକ୍ଷରେ ଅଧିକ ହୋଇଥାନ୍ତ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।
ସୂଚନା ଅନୁସାରେ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏହି ଆକ୍ରମଣରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ବହୁ ଆତଙ୍କବାଦୀ, ପ୍ରଶିକ୍ଷକ, କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ଦ୍ୱାରା ଜମ୍ମୁ-କାଶ୍ମୀରର ପୁଲୱାମାରେ ୪୦ଜଣ ସିଆରପିଏଫ୍‍ ଯବାନ ସହିଦ ହୋଇଥିଲେ। ଯାହାର ପ୍ରତିଶୋଧରେ ଭାରତୀୟ ବାୟୁସେନା ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା।

kalyan agarbati

Comments are closed.