www.samajalive.in
Tuesday, December 9, 2025
16.1 C
Bhubaneswar

ବିଏସ୍‌ପି ସବୁଠୁ ଧନୀ ଦଳ, ୫ମ ସ୍ଥାନରେ ବିଜେପି; ଜାଣନ୍ତୁ କାହା ପାଖରେ ରହିଛି କେତେ ବ୍ୟାଙ୍କ ଜମା

ନୂଆଦିଲ୍ଲୀ: ଦେଶରେ ଅନେକ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ ରହିଛନ୍ତି। କିନ୍ତୁ ଏସବୁ ଦଳଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ ଧନୀ ହେଉଛି ବହୁଜନ ସମାଜ ପାର୍ଟି(ବିଏସ୍‌ପି)। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ନେତୃତ୍ଵାଧୀନ ବିଏସ୍‌ପିର ବ୍ୟାଙ୍କ ଜମା ହେଉଛି ୬୬୯ କୋଟି ଟଙ୍କା। ଏହା ସହିତ ପାର୍ଟି ଫଣ୍ଡ୍‌ରେ ନଗଦ ୯୫ ଲକ୍ଷ ୫୪ ହଜାର ଟଙ୍କା ରହିଛି। ଗତ ଫେବୃୟାରୀ ୨୫ରେ ନିର୍ବାଚନ ଆୟୋଗଙ୍କୁ ଦଳ ପକ୍ଷରୁ ଯେଉଁ ବ୍ୟୟ ରିପୋର୍ଟ ଦିଆଯାଇଛି ସେଥିରେ ଏହା ଦର୍ଶାଯାଇଛି।

ସେହିପରି ଅନ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଏ ସମ୍ପର୍କିତ ତଥ୍ୟ ରଖିଛନ୍ତି। ବିଏସପିର ସହଯୋଗୀ ସମାଜବାଦୀ ପାର୍ଟି(ଏସପି) ଧନୀ ଦଳ ମଧ୍ୟରେ ୨ୟ ସ୍ଥାନରେ ରହିଛି। ଏସପିର ବ୍ୟାଙ୍କ ଜମା ପରିମାଣ ୪୭୧ କୋଟି ଟଙ୍କା ରହିଛି। ଗତବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଦଳର ବ୍ୟାଙ୍କ ଜମା ରାଶି ୧୧ କୋଟି ଟଙ୍କା ହ୍ରାସ ପାଇଥିଲା। ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ ହୋଇଥିବା ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି।

- Advertisement -

ରିପୋର୍ଟ ଆଧାରରେ କଂଗ୍ରେସ ୩ୟ ସ୍ଥାନରେ ରହିଛି। ଦଳର ବ୍ୟାଙ୍କ ଜମା ଖାତାରେ ୧୯୬ କୋଟି ଟଙ୍କା ରହିଛି। କର୍ନାଟକ ବିଧାନସଭା ନିର୍ବାଚନ ପରେ ଗତବର୍ଷ ନଭେମ୍ବର ୨ ତାରିଖରେ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ଦଳ ବିଜୟ ହାସଲ କରିବା ପରେ ବ୍ୟାଙ୍କ ଖାତାରେ ଥିବା ଟଙ୍କା ସମ୍ପର୍କରେ ତଥ୍ୟ ଦିଆଯାଇନାହିଁ।

ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି(ଟିଡିପି) ୪ର୍ଥ ସ୍ଥାନରେ ଥିବାବେଳେ ବିଜେପି ୫ମ ସ୍ଥାନରେ ରହିଛି। ଟିଡିପିର ବ୍ୟାଙ୍କ ଜମା ପରିମାଣ ୧୦୭ କୋଟି ଟଙ୍କା ଥିବାବେଳେ ବିଜେପିର ୮୨ କୋଟି ରହିଛି। ବିଜେପି କହିଛି ଯେ, ୨୦୧୭-୧୮ରେ ଚାନ୍ଦା ରୂପରେ ଆଦାୟ ହୋଇଥିବା ୧୦୨୭ କୋଟି ଟଙ୍କାରୁ ୭୫୮ କୋଟି ଖର୍ଚ୍ଚ କରାଯାଇଛି। ତେବେ କୌଣସି ଦଳ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯିବାରେ ଏହା ହେଉଛି ସବୁଠାରୁ ଅଧିକ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories