www.samajalive.in
Monday, December 8, 2025
24.1 C
Bhubaneswar

ଆପଣଙ୍କୁ ଟମାଟୋ ସୁପ ପସନ୍ଦ କି ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରୀ ଗୁଣ

ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କୁ ସୁପ ପିଇବାକୁ ଖୁବ ଭଲ ଲାଗେ। ଭେଜର ବିଭିନ୍ନ ସୁପ ମଧ୍ୟରେ ଟମାଟୋ ସୁପ ବହୁ ଲୋକପ୍ରିୟ। ଏହି ସୁପ ଯେତେ ସୁଆଦିଆ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଏହା ଆମ ଶରୀରର ବହୁ ସମସ୍ୟା ଦୂର କରିଥାଏ। ଜାଣନ୍ତୁ ଟମାଟୋ ସୁପର ଉପକାରିତା ଗୁଣ ବିଷୟରେ ….
ବିଶେଷଜ୍ଞଙ୍କ ମତାନୁଯାୟୀ, ପିଲାମାନେ ଟମାଟୋ ସୁପ ପିଇବା ଦ୍ୱାରା ତାଙ୍କ ପେଟରେ ଥିବା କୃମି ଜନିତ ସମସ୍ୟା ଦୂର ହୋଇଥାଏ।

ପ୍ରତିଦିନ ପିଲାଙ୍କୁ ଟମାଟୋ ସୁପରେ ଅଳ୍ପ ଗୋଲମରିଚ ମିଶାଇ ପିଇବାକୁ ଦିଅନ୍ତୁ। ଏହା ଖୁବ ଉପକାରୀ।

ନିୟମିତ ଟମାଟୋ ସୁପ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ଟମାଟୋ ସୁପରେ ଥିବା ସିଲେନିୟମ ଯୋଗୁ ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।

ଟମାଟୋ ସୁପରେ ଭିଟାମିନ ବି ଓ ପୋଟାସିୟମ ରହିଛି। ଯାହା ଆମ ହୃତପିଣ୍ଡକୁ ସୁସ୍ଥ ରଖିଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ଟମାଟୋ ସୁପ ବେଶ ହିତକାରକ। ଏଥିରେ ଥିବା ପୋଷକ ତତ୍ତ୍ୱ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ଉଭୟଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ।

ସପ୍ତାହକୁ ୪ ରୁ ୫ ଥର ଟମାଟୋ ସୁପ ପିଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ ଥାଏ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories