ଅମୃତସର: ଜାଲିଆନୱାଲା ବାଗ୍ ଗଣହତ୍ୟା ଘଟଣାକୁ ଶନିବାର ୧୦୦ ବର୍ଷ ପୂରିଛି। ଏହି ଅବସରରେ ଭାରତରେ ଅବସ୍ଥାପିତ ବ୍ରିଟେନ ରାଷ୍ଟ୍ରଦୂତ ଡୋମିନିକ ଆସକୁଇଥ ଜାଲିଆନୱାଲା ବାଗରେ ପହଞ୍ଚି ମୃତକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆସ୍କୁଇଥ ସେଠାରେ ଭିଜିଟର୍ସ ବୁକ୍ରେ ଉଲ୍ଲେଖ କରିଛନ୍ତି ଯେ, ଶହେ ବର୍ଷ ତଳେ ଘଟିଥିବା ଜାଲିଆନୱାଲା ବାଗ୍ ଗଣହତ୍ୟା ଆଜି ବ୍ରିଟିଶ-ଭାରତୀୟ ଇତିହାସରେ ଏକ ଲଜ୍ଜାଜନକ କାର୍ଯ୍ୟ। ଏଥିପାଇଁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ମୁଁ ଆଜି ଖୁସି ଯେ ବ୍ରିଟେନ ଏବଂ ଭାରତୀୟ ପରିବାର ଏକବିଂଶ ଶତାବ୍ଦୀର ଭାଗିଦାରିତାକୁ ଆହୁରି ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି।
ଏହା ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ବି ଉକ୍ତ ଘଟଣାକୁ ନେଇ ଗଭରୀ ଦୁଃଖ ପ୍ରକାଶ କରୁଥିବା ହକିଥିଲେ। ଏହି ଘଟଣା ପାଇଁ ବ୍ରିଟେନ ସରକାର କ୍ଷମା ପ୍ରାର୍ଥନା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଥେରେସା ମେ କ୍ଷମା ପ୍ରାର୍ଥନା କରିବାକୁ ମନା କରିଦେଇଥିଲେ।



