www.samajalive.in
Monday, December 8, 2025
24.1 C
Bhubaneswar

ଖରାଦିନ ପାଇଁ ବିଶେଷ ଲାଭଦାୟକ ଜାମୁକୋଳି ଫେସପ୍ୟାକ୍

ସାଧାରଣତଃ ଖରାଦିନେ ତ୍ବଚାକୁ ନେଇ ଲୋକେ ଅଧିକ ସଚେତନ ହୋଇଥାଆନ୍ତି। ଅତ୍ୟଧିକ ଗରମ ବା ଖରାର ପ୍ରଭାବରେ ତ୍ବଚାକୁ ଯେପରି କ୍ଷତି ନପହଞ୍ଚୁ ସେଥିପାଇଁ ଅଧିକାଂଶ ଲୋକମାନେ ବିଭିନ୍ନ ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାନ୍ତି। ହେଲେ କ’ଣ ଆପଣ ଜାଣନ୍ତି ଖରାଦିନେ ତ୍ବଚାରେ ଦେଖାଦେଉଥିବା ଅନେକ ସମସ୍ୟା ଦୂର କରିବାରେ ଜାମୁକୋଳି ବିଶେଷ ଭାବେ ସହାୟକ ହୋଇଥାଏ। ଏହାକୁ ସଠିକ୍ ଭାବେ ବ୍ୟବହାର କରି ପାରିଲେ ତ୍ବଚାର ସମସ୍ତ ସମସ୍ୟା ଦୂର ହେବା ସହ ଏକ ଉଜ୍ବଳ ଓ କୋମଳ ତ୍ବଚା ପାଇପାରିବେ। କିଛି ଉପାୟ ରହିଛି ଯାହାକୁ ଆପଣାଇ ଆପଣ ଜାମୁକୋଳି ଫେସପ୍ୟାକ୍ ପ୍ରସ୍ତୁତ କରି ବ୍ୟବହାର କରିପାରିବେ ଓ ଖରାଦିନେ ମଧ୍ୟ ତ୍ବଚାକୁ ସୁନ୍ଦର ଓ ସୁରକ୍ଷିତ ରଖିପାରିବେ। ଚାଲନ୍ତୁ ଜାଣିବା ଜାମୁକୋଳି ଫେସପ୍ୟାକ୍ ପ୍ରସ୍ତୁତ କରିବାର ପ୍ରଣାଳୀ ବିଷୟରେ –

 

- Advertisement -

-ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ କିଛି ଜାମୁ କୋଳିକୁ ଅଲିଭ ଅଏଲରେ ମିଶାନ୍ତୁ। ଏହାପରେ ଏଥିରେ ଏକ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପରେ ଏହାକୁ ତ୍ବଚାରେ ଲଗାଇ ୨୦ ମିନିଟ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ତ୍ବଚାରେ ଚମକ ଆସିଥାଏ।

-ଜାମୁ କୋଳିରେ ଦହି ମିଶାଇ ତ୍ବଚାରେ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଦ୍ବାରା ତ୍ବଚା ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇନଥାଏ।

-ଜାମୁ କୋଳି ଏବଂ ଘି କୁଆଁରୀ ଫେସପ୍ୟାକ୍ ଆଖି ତଳର କଳା ଦାଗ ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ କିଛି ଜାମୁ କୋଳି ନେଇ ସେଥିରେ ଘି କୁଆଁରୀ ଜେଲ ମିଶାନ୍ତୁ। ଭଲଭାବେ ମିଶ୍ରଣ ପ୍ରସ୍ତୁତ କରିବା ପରେ ଏହାକୁ ଆଖି ତଳେ ଲଗାଇ କିଛି ସମୟ ରଖନ୍ତୁ। ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ନିୟମିତ ରୂପେ ଏହାକୁ ବ୍ୟବହାର କରିବା ଦ୍ବାରା ଆଖି ତଳେ ଥିବା କଳା ଦାଗ ଦୂର ହୋଇଯାଇଥାଏ।

-ହଳଦୀ ସ୍ବାସ୍ଥ୍ୟ ଏବଂ ତ୍ବଚା ପାଇଁ ଲାଭକାରୀ ହୋଇଥାଏ। ଜାମୁ କୋଳି ଏବଂ ହଳଦୀ ଗୁଣ୍ଡ ତ୍ବଚାରେ ହେଉଥିବା ବ୍ରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଜାମୁ କୋଳି ସହ ଏକ ଚାମଚ ହଳଦୀ ଗୁଣ୍ଡ ଏବଂ ଏକ ଚାମଚ ଲେମ୍ବୁ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଭଲଭାବେ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ବ୍ୟବହାର କରିବା ଦ୍ବାରା ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବା ସହ ତ୍ବଚା ସୁନ୍ଦର ହୋଇଥାଏ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories