www.samajalive.in
Sunday, December 7, 2025
23.1 C
Bhubaneswar

ଏହି ରାଶିର ବ୍ୟକ୍ତି ନିଜ ଜୀବନସାଥିଙ୍କ ପ୍ରତି ଅଧିକ ଯତ୍ନବାନ

ଦାମ୍ପତ୍ୟ ଜୀବନ ସୁଖମୟ ଥିବା ସହ ପ୍ରତ୍ୟେକ ମହିଳା ଇଚ୍ଛା କରିଥାଆନ୍ତି, ତାଙ୍କ ଜୀବନ ସାଥି ତାଙ୍କ ପ୍ରତି ସର୍ବଦା ଯତ୍ନବାନ ହୋଇ ରହିଥାଆନ୍ତୁ। ପତି ହୁଅନ୍ତୁ କିମ୍ବା ପତ୍ନୀ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା, ଭଲପାଇବା, ବିଶ୍ୱାସ ରହିବା ନିତ୍ୟାନ୍ତ ଆବଶ୍ୟକ। ଏହା ସଂପର୍କକୁ ସୁଦୃଢ କରିଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ନିଜ ସାଥି ପାଇଁ ଅଧିକ ଯତ୍ନବାନ ଓ ତାଙ୍କ ପ୍ରତି ଅଧିକ ଭଲପାଇବା ରହିଥାଏ….
କୁମ୍ଭ ରାଶି –
କୁମ୍ଭ ରାଶି ଥିବା ବ୍ୟକ୍ତିମାନେ ନିଜ ଜୀବନ ସାଥିଙ୍କ ପ୍ରତି ଅଧିକ ଭଲପାଇବା ସହ ଯତ୍ନବାନ ଅଟନ୍ତି। ସେ ନିଜ ପତ୍ନୀଙ୍କୁ ଅବହେଳା କରନ୍ତି ନାହିଁ । ପରିବାର ପ୍ରତି ଦାୟିତ୍ୱବାନ ଅଟନ୍ତି। ଏମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଉନ୍ନତ ଥାଏ।
ବୃଷ ରାଶି –
ବୃଷ ରାଶିର ବ୍ୟକ୍ତିମାନେ ନିଜ ସାଥିଙ୍କ ପ୍ରତି ସଚ୍ଚୋଟ ରହିଥାଆନ୍ତି। ପତ୍ନୀଙ୍କ ବିଶ୍ୱାସକୁ ସର୍ବଦା ରକ୍ଷା କରିଥାଆନ୍ତି। ନିଜ ପତ୍ନୀଙ୍କର ଛୋଟ ଛୋଟ ଖୁସି ପ୍ରତି ମଧ୍ୟ ଧ୍ୟାନ ଦେଇଥାଆନ୍ତି। ସମସ୍ତ ପ୍ରକାର ଖାଦ୍ୟପେୟକୁ ଖୁସିରେ ଖାଇଥାଆନ୍ତି। ବିନା କାରଣରେ ଏମାନଙ୍କୁ କ୍ରୋଧ ଆସିନଥାଏ।
କର୍କଟ ରାଶି –
କର୍କଟ ରାଶିର ବ୍ୟକ୍ତିମାନେ ବୁଦ୍ଧିମାନ, ଦୟାଳୁ ଓ କୋମଳ ହୃଦୟ ବିଶିଷ୍ଟ ଅଟନ୍ତି। ନିଜ ଜୀବନସାଥି ଓ ପରିବାର ପ୍ରତି ଥିବା କର୍ତ୍ତବ୍ୟକୁ ସେମାନେ ସଠିକ ଭାବେ ବୁଝିବା ସହ ଏହାର ପାଳନ ମଧ୍ୟ କରିଥାଆନ୍ତି। ନିଜ ଧର୍ମପତ୍ନୀଙ୍କୁ ପୂଜାପର୍ବ ଭଳି ବିଭିନ୍ନ ସମୟରେ ଉପହାର ମଧ୍ୟ ଦେଇଥାଆନ୍ତି। ମାତ୍ର କ୍ରୋଧ ସମୟରେ ବୁଝିବିଚାରି କଥା କହିନଥାଆନ୍ତି।
ସିଂହ ରାଶି –
ସମସ୍ତ ରାଶି ମଧ୍ୟରୁ ସିଂହରାଶି ଥିବା ବ୍ୟକ୍ତିମାନେ ନିଜ ପତ୍ନୀଙ୍କୁ ଖୁବ ଅଧିକ ଭଲ ପାଇଥାଆନ୍ତି। ନିଜ ଜୀବନସାଥିଙ୍କର ଛୋଟ ଛୋଟ ଖୁସି ପ୍ରତି ଧ୍ୟାନ ଦେଇଥାଆନ୍ତି। ମନପସନ୍ଦ ଦ୍ରବ୍ୟ, ଖାଦ୍ୟ, ଉପହାର, ଅଳଙ୍କାର, ବସ୍ତ୍ର ମଧ୍ୟ ଦେଇଥାଆନ୍ତି। ଭ୍ରମଣ ପାଇଁ ବହୁ ସ୍ଥାନକୁ ନେଇଥାଆନ୍ତି। ଏହାସହ ଏହି ରାଶିର ବ୍ୟକ୍ତିମାନଙ୍କୁ ନିଜ ପ୍ରଶଂସା ଶୁଣିବାକୁ ମଧ୍ୟ ଖୁବ ଭଲ ଲାଗେ।
ତୁଳା ରାଶି –
ଏହି ରାଶିର ବ୍ୟକ୍ତିମାନେ ମଧ୍ୟ ନିଜ ଜୀବନସାଥିଙ୍କ ପସନ୍ଦ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି। ନିଜ ପତ୍ନୀଙ୍କ ପ୍ରତି ସର୍ବଦା ସଚ୍ଚୋଟ ରହିଥାଆନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories