www.samajalive.in
Thursday, December 11, 2025
26.1 C
Bhubaneswar

ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳରେ ଅଗ୍ନିକାଣ୍ଡ ; ଜଳିଗଲା ୫ ଦୋକାନ

ଝାରସୁଗୁଡ଼ା: ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳରେ ବୁଧବାର ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଯାଇଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ୫ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁସ ହେଇଯାଇଛି। ସୂଚନା ମୁତାବକ, ଆଜି(ବୁଧବାର) ସକାଳ ୧୧.୪୫ ସମୟରେ ଝାରସୁଗୁଡ଼ା ବସଷ୍ଟାଣ୍ଡକୁ ଲାଗିକରିଥିବା ଏକ ହାର୍ଡୱାର ଦୋକାନରେ ବିଦ୍ୟୁତ ସର୍ଟସର୍କିଟ ହୋଇଥିଲା। ଦେଖୁ ଦେଖୁ ଦୋକାନେର ନିଆଁ ଲାଗିଯାଇଥିଲା। ପରେ ପାଖରେ ଲାଗିଥିବା ଏକ ଷ୍ଟେସନାରି ଦୋକାନ ଏବଂ ଦୁଇଟି ଥଣ୍ଡା ପାନୀୟ ଦୋକାନ ସହିତ ୫ଟି ଦୋକାନ ସର୍ମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା। ଘଟଣାସ୍ଥଳରେ ଝାରସୁଗୁଡ଼ା ଅଗ୍ନିଶମ କାର୍ଯ୍ୟାଳୟରୁ ତିନୋଟି ଫାୟାର ଇଞ୍ଜିନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ୫ଟି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଥିବା ଜଣାପଡ଼ିଛି।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories