www.samajalive.in
Wednesday, December 10, 2025
18.1 C
Bhubaneswar

‘ଡନ୍‍-୩’ ଛାଡ଼ିଲେ ଶାହରୁଖ୍‍ ; ତାଙ୍କ ସ୍ଥାନ ନେବେ ରଣବୀର!

ମୁମ୍ବଇ : ଶାହରୁଖ୍‍ ଖାନ ଗତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଚଳଚ୍ଚିତ୍ର ‘ଜିରୋ’ର ବିଫଳତା ପରେ ଏବେ ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍‍ ସଚେତନ ହୋଇପଡ଼ିଛନ୍ତି। ପୂର୍ବରୁ ରାକେଶ ଶର୍ମାଙ୍କ ବାୟୋପିକରୁ ଓହରି ଯାଇଥିବା ବେଳେ ଏବେ ସେ ତାଙ୍କ ହିଟ୍‍ ଚଳଚ୍ଚିତ୍ର ‘ଡ଼ନ୍‍’ ର ତୃତୀୟ ଭାଗ ‘ଡନ୍‍-୩’ରେ ଅଭିନୟ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି। ତେବେ ନିର୍ମାତା ଶାହରୁଖ୍‍ଙ୍କ ସ୍ଥାନରେ ରଣବୀର ସିଂହଙ୍କୁ ନେବା ପାଇଁ ବିଚାର କରୁଛନ୍ତି।

ସୂଚନା ଅନୁସାରେ, ଶାହରୁଖ୍‍ ନିଜର କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଚଳଚ୍ଚିତ୍ର ଛାଡ଼ି ଦେଇଛନ୍ତି। ଏହାପରେ ନିର୍ମାତା ମୁଖ୍ୟ ଅଭିନେତାଙ୍କ ଅନ୍ୱେଷଣରେ ଅଛନ୍ତି। ଇତି ମଧ୍ୟରେ ଶୁଣିବାକୁ ମିଳିଛି ଯେ ଏହି ଚଳଚ୍ଚିତ୍ରରେ ରଣବୀରଙ୍କୁ ମୁଖ୍ୟ ଅଭିନେତା ଭାବେ ନେବା ପାଇଁ ନିର୍ମାତା ଚେଷ୍ଟା କରୁଛନ୍ତି। ଏନେଇ ରଣବୀରଙ୍କ ସହ ଆଲୋଚନା ମଧ୍ୟ କରାଯାଉଛି। ସେହିପରି ଚଳଚ୍ଚିତ୍ରରେ କ୍ୟାଟ୍ରିିନା କୈଫଙ୍କୁ ନାୟିକା ଭାବେ ନେବା ପାଇଁ ନିର୍ମାତା ବିଚାର କରୁଛନ୍ତି। ତେବେ ଶାହରୁଖ୍‍ ଚଳଚ୍ଚିତ୍ର ଛାଡ଼ିବା ପରେ ଏବେ ରଣବୀର କି ଆଉ କିଏ ତାଙ୍କ ସ୍ଥାନ ନେବେ ତାହା ଦେଖିବା ବାକି ରହିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories