ଅଜଣାତରେ କରୁଥିବା ଏହିସବୁ ଭୁଲ୍ ପାଇଁ ମିଳେନାହିଁ ସରକାରୀ ଚାକିରି

ଆମ ମଧ୍ୟରୁ ଅନେକ ଲୋକ ଅନେକ ଚେଷ୍ଟା ଓ ପରିଶ୍ରମ କରି ମଧ୍ୟ ଭଲ ସରକାରୀ ଚାକିରିଟିଏ ପାଆନ୍ତିନାହିଁ। ଏନେଇ ସେମାନେ ଯେତେ ବାଟ ଆପଣାଇଲେ ମଧ୍ୟ ବିଫଳତା ହିଁ ମିଳିଥାଏ। ହେଲେ କ’ଣ ଆପଶ ଜାଣନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସରକାରୀ ଚାକିରି ଦେବାରେ ଶନିଦେବଙ୍କର ଗୁରୁତ୍ବପୁର୍ଣ୍ଣ ଭୂମିକା ରହିଛି। କାରଣ ଶନିଙ୍କୁ କର୍ମର କାରକ ବୋଲି କୁହାଯାଏ। ତେବେ ଜ୍ୟୋତିଷ ଶାସ୍ତ୍ର କୁହେ, ଆମ ଅଜଣାତରେ କରୁଥିବା କିଛିଟା ଭୁଲ ଅଭ୍ୟାସ ଯୋଗୁଁ ସରକାରୀ ଚାକିରି ପାଇବାରେ ଆମକୁ ବିଫଳତା ମିଳିଥାଏ। ସେହି ସବୁ ଭୁଲ୍ କାରଣରୁ ଜାତକରେ ସରକାରୀ ଯୋଗ ରହେନାହିଁ। ଚାଲନ୍ତୁ ଜାଣିବା କ’ଣ ସେହି ସବୁ ଭୁଲ୍ –

 

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାପାଙ୍କ ଆଦର, ସମ୍ମାନ ନକଲେ କିମ୍ବା ଅବହେଳା କଲେ ସରକାରୀ ଚାକିରି ମିଳି ନଥାଏ।।
-ଘରର ପୂର୍ବ ଦିଗକୁ ସଫା ନରଖିବା କାରଣରୁ ମଧ୍ୟ ସରକାରୀ ଚାକିରି ମିଳେନାହିଁ।
-ଏଥିସହିତ ଆଳସ୍ୟ କାରଣରୁ ଜାତକରେ ସରକାରୀ ଚାକିରି ଯୋଗ ହୋଇ ନଥାଏ।
-ଠିକ ସମୟରେ ନଶୋଇବା କିମ୍ବା ଠିକ ସମୟରେ ନଉଠିବାରେ ମଧ୍ୟ ସରକାରୀ ଚାକିରିରେ ବାଧା ଉତ୍ପନ୍ନ ହୋଇଥାଏ।
-ବଡ଼ ଭାଇଙ୍କୁ ବାପାଙ୍କ ସ୍ଥାନରେ ରଖାଯାଇଛି, ଏଥିପାଇଁ ତାଙ୍କୁ ନିରାଦର କଲେ ଭଲ ସରାକରୀ ଚାକିରିରୁ ବଞ୍ଚିତ ହେବେ।
-ଏହାବ୍ୟତୀତ ଏପରି କିଛି ଗ୍ରହ ଅଛନ୍ତି ଯାହା ଜାତକରେ ରହିଥିଲେ ସରକାରୀ ଚାକିରିରୁ ବଞ୍ଚିତ ରହିବାକୁ ହୁଏ।
-ଯେତେବେଳେ ଜାତକରେ ସୂର୍ଯ୍ୟ-ରାହୁଙ୍କର ଗ୍ରହଣ ଦୋଷ ରହିଥାଏ ସେତେବେଳେ ସରକାରୀ ଚାକିରି ମିଳିନଥାଏ।
-ଏହାସହିତ ଜାତକରେ ଚନ୍ଦ୍ର ଏବଂ କେତୁଙ୍କ ଗ୍ରହଣ ଦୋଷ ଥିଲେ ସରକାରୀ ଚାକିରି ବହୁତ ଦୂରରେ ରହିଥାଏ।

Comments are closed.