www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଦ ହେଉ ‘ବିଜୁବାବୁ’ ଚଳଚ୍ଚିତ୍ର ପ୍ରଦର୍ଶନ : କଳିଙ୍ଗ ସେନା

ଭୁବନେଶ୍ବର : ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ବିଜୁବାବୁଙ୍କ ନାମରେ ନିର୍ମିତ ଚଳଚ୍ଚିତ୍ର ‘ବିଜୁବାବୁ’ ଓଡ଼ିଶାର ବିଭିନ୍ନ ସିନେମା ହଲ୍‌ରେ ଏବେ ପ୍ରଦର୍ଶିତ ହେଉଛି। ବିଜୁବାବୁଙ୍କ ନାମରେ ପ୍ରଦର୍ଶିତ ହେଉଥିବା ଏହି ଚଳଚ୍ଚିତ୍ରରେ ବିଜୁ ଜନତା ଦଳର କେନ୍ଦ୍ରାପଡ଼ା ଲୋକସଭା ଆସନ ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେଣୁ ଏହା ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଦର୍ଶାଇ କଳିଙ୍ଗ ସେନା ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଉକ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ତୁରନ୍ତ ବନ୍ଦ କରାଯିବା ଲାଗି ସେନା ସୁପ୍ରିମୋ ହେମନ୍ତ ରଥଙ୍କ ସମେତ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାହୁ, ବିଜୟ ରାଜ, ଭକ୍ତଶେଖର ରାୟ, ନିମାଇଁ ଚରଣ ବିଶ୍ୱାଳ, ଅମୀୟ ରଂଜନ ଲେଙ୍କା, ନିରଞ୍ଜନ ପରିଡ଼ା, ଅବଦୁଲ୍ କୟୁମ ଖାନ୍, ନାରୀ ସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ସମ୍ପାଦିକା ଦୀପ୍ତିମୟୀ ମହାପାତ୍ରଙ୍କୁ ନେଇ ଏକ ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories