www.samajalive.in
Monday, December 8, 2025
27.1 C
Bhubaneswar

ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ହେବେ ପ୍ରଫୁଲ୍ଲ ପଟେଲ୍‌!

ନୂଆଦିଲ୍ଲୀ : ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ୍‌ ପ୍ରଥମ ଭାରତୀୟ ଭାବେ ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ହେବାକୁ ଯାଉଛନ୍ତି। ସେ ୪ ବର୍ଷ ପାଇଁ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଆସନ୍ତା ୬ରେ ଏସିଆନ୍‌ ଫୁଟବଲ ମହାସଂଘର ନିର୍ବାଚନ ମାଲେସିଆରେ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଜିତି ପ୍ରଫୁଲ୍ଲ ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଭାବେ ମନୋନୀତ ହେବା ନିଶ୍ଚିତ ବୋଲି ସର୍ବଭାରତୀୟ ଫୁଟବଲ ମହାସଂଘ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏସିଆନ୍‌ ଫୁଟବଲ୍ ମହାସଂଘ ନିର୍ବାଚନରେ ୮ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଫିଫା କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହେବେ। ପ୍ରଫୁଲଙ୍କ ବ୍ୟତୀତ କାତାରର ସାଉଦ୍‌ ଏ ଅଜିଜ୍‌, ସାଉଦି ଆରବର ଖଲିଦ୍‌ ଆୱାଦ୍, ଫିଲିପାଇନ୍‌ସର ମାରିଆନୋ ଜୁନିୟର, କୋରିଆର ଚୁଙ୍ଗ୍‌ ମୋଙ୍ଗ୍‌, ଚୀନ୍‌ର ଡୁ ଝାଓସାଇ, ଇରାନ୍‌ର ମେହଦି ତାଜ୍‌ ଓ ଜାପାନର ଖୋଜୋ ତସିମା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories