www.samajalive.in
Tuesday, December 9, 2025
16.1 C
Bhubaneswar

ପର୍ସରେ ଆଶାନୁରୂପକ ଟଙ୍କା ରହିବା ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ପର୍ସ ଏକ ଏପରି ଜିନିଷ ଆପଣ ଘରୁ ବାହାରିବା ମାତ୍ରେ ଏହାକୁ ନିଜ ସହ ନେଇଥାଆନ୍ତି। ଏଥିରେ ଲୋକେ ନିଜ ଆବଶ୍ୟକୀୟ ସାମଗ୍ରୀ ସବୁ ରଖିଥାଆନ୍ତି। ଯେପରି ଟଙ୍କା, ଏଟିଏମ କାର୍ଡ଼, ଡ଼୍ରାଇଭିଙ୍ଗ ଲାଇସେନସ ଭଳି ମହତ୍ତ୍ୱପୂର୍ଣ୍ଣ ଜିନିଷ ରଖନ୍ତି। ଏହା ସଭିଁଙ୍କ ପାଇଁ ବେଶ ଜରୁରୀ। ମାତ୍ର ଆପଣ ବହୁବାର ଏପରି ଶୁଣି ଥିବେ ଯେ, ପର୍ସରେ ଯେତେ ଟଙ୍କା ରଖିଲେ ମଧ୍ୟ ଏହା ବିନା କାରଣରେ ଖର୍ଚ୍ଚ ହୋଇ ଟଙ୍କା ରହିନଥାଏ। ବାସ୍ତୁ ଅନୁଯାୟୀ କିଛି ନିୟମ ରହିଛି ଯାହାକୁ ମାନିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବ ଓ ପର୍ସରେ ପଇସା ମଧ୍ୟ ଆଶାନୁରୂପକ ରହିବ। ଜାଣନ୍ତୁ ତାହା କ’ଣ….
ନିଜ ପର୍ସରେ କୌଣସି ପ୍ରକାରର ଖାଦ୍ୟଦ୍ରବ୍ୟ ରଖନ୍ତୁ ନାହିଁ। କାରଣ ଖାଦ୍ୟଦ୍ରବ୍ୟ ରହିଲେ ଅଯଥାରେ ପଇସା ଖର୍ଚ୍ଚ ହୋଇଥାଏ।
ନିଜ ପର୍ସରେ ଧାର୍ମିକ ବସ୍ତୁ ନିଶ୍ଚୟ ରଖନ୍ତୁ। ଯେପରି ରୁଦ୍ରାକ୍ଷ ରଖିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ପର୍ସରେ ଟଙ୍କା ସର୍ବଦା ରହିଥାଏ।
ଅନ୍ୟ ଏକ ଉପାୟ ଆପଣଙ୍କ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର ପର୍ସରେ ସାମାନ୍ୟ ପରିମାଣରେ ଶୁଖିଲା ଗୋବର ରଖନ୍ତୁ। ଏହି ଉପାୟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ। ଅଯଥାରେ ଟଙ୍କା ଖର୍ଚ୍ଚ ହେବ ନାହିଁ। ସଞ୍ଚୟ ମଧ୍ୟ ହେବ।
ବାସ୍ତୁ ଅନୁଯାୟୀ ଆପଣ ନିଜ ପର୍ସରେ ମା’ଲକ୍ଷ୍ମୀଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା କୌଣସି ନା କୌଣସି କାରଣରୁ ଆପଣଙ୍କ ନିକଟକୁ ଟଙ୍କା ଆସିବ। ଧନର ଅଭାବ ରହିବ ନାହିଁ।

courtesy : girlslatestaccessories.blogspot.com

ଯଦି ଆପଣଙ୍କର ଅଯଥାରେ ଟଙ୍କା ଖର୍ଚ୍ଚ ହେଉଛି, ପର୍ସରେ ଅଳ୍ପ ଅରୁଆ ଚାଉଳ ନିଶ୍ଚୟ ରଖନ୍ତୁ।
ଏପରି ମଧ୍ୟ କୁହାଯାଏ ଯେ, ଯଦି ଆପଣଙ୍କର କୌଣସି ମନୋକାମନା ଅଛି, ତେବେ ଏକ କାଗଜରେ ଏହାକୁ ଲେଖି ଲାଲ ରଙ୍ଗର ଲଫାପାରେ ଭର୍ତ୍ତି କରି ନିଜ ପର୍ସରେ ରଖି ଦିଅନ୍ତୁ। ଏହି ମନୋକାମନା ନିଶ୍ଚୟ ପୂରଣ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories