www.samajalive.in
Tuesday, December 9, 2025
16.1 C
Bhubaneswar

ନାମାଙ୍କନ ଦାଖଲ ପୂର୍ବରୁ ଅମିତ ଶାହଙ୍କ ଶକ୍ତି ପ୍ରଦର୍ଶନ

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶନିବାର ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଅମିତ ଶାହ ବିଜେପି ନେତୃତ୍ଵାଧୀନ ମେଣ୍ଟ ସହଯୋଗୀ ଦଳଗୁଡ଼ିକୁ ନେଇ ଏକ ବିରାଟ ରୋଡ୍‌ ଶୋ’ କରିଥିଲେ। ବିଜେପିର ବରିଷ୍ଠ ନେତା ଏବଂ ବହୁ ସଂଖ୍ୟକ କର୍ମୀଙ୍କ ସମେତ ସହଯୋଗୀ ଦଳ ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ, ଶିରୋମଣି ଅକାଳୀ ଦଳ ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଏବଂ ଲୋକ ଜନଶକ୍ତି ପାର୍ଟି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସ୍ବନ ସାମିଲ ହୋଇଥିଲେ।

ଶିବସେନା ମୁଖ୍ୟ ଠାକରେ ରୋଡ୍‌ ଶୋ ଅବସରରେ ଉଦବୋଧନ ଦେଇ ବିରୋଧୀମାନଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଆଜି ଆମର ଗୋଟିଏ ଚିନ୍ତାଧାରା ଏବଂ ଗୋଟିଏ ନେତା ଅଛନ୍ତି। ଏଠାରେ ଲୋକମାନେ ମୋଦୀ ମୋଦୀ ସ୍ଳୋଗାନ ଦେଉଛନ୍ତି। ବିରୋଧୀମାନଙ୍କର କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି ? ସେମାନେ ଆମ ଭଳି ଗୋଟିଏ ଶୋଭାଯାତ୍ରା କରିବା ସହ ତାଙ୍କ ସମର୍ଥକମାନେ ଜଣେ ନେତାଙ୍କ ନାମ ନେଇ ସ୍ଳୋଗାନ ଦେଇପାରିବେ କି ବୋଲି ଠାକରେ ଆହ୍ବାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories