www.samajalive.in
Monday, December 8, 2025
24.1 C
Bhubaneswar

କଂଗ୍ରେସରେ ଯୋଗଦେବା ଖବରକୁ ଖଣ୍ଡନ କଲେ ସପନା ଚୌଧୁରୀ

ନୂଆଦିଲ୍ଲୀ : ହରିୟାଣୀ ଗାୟିକା ଓ ଡ୍ୟାନ୍ସର ସପନା ଚୌଧୁରୀ କଂଗ୍ରେସରେ ସାମିଲ ହେବାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ବୀରାମ ଲାଗିଛି। ସପନା ଚୌଧୁରୀ କହିଛନ୍ତି ଯେଉଁ ଫଟୋ ମୋର ଭାଇରାଲ ହୋଇଛି ତାହା ବହୁତ ପୁରୁଣା। ମୁଁ ନିର୍ବାଚନ ଲଢିବାରେ କୌଣସି ଆଗ୍ରହ ପ୍ରକାଶ କରିନାହିଁ କି କୌଣସି ଦଳରେ ସାମିଲ ହେବିନାହିଁ।
ସେ ଆହୁରି କହିଛନ୍ତି ବର୍ତ୍ତମାନ ନିର୍ବାଚନ ଲଢିବା ପାଇଁ ବୟସ ହୋଇନାହିଁ। କଂଗ୍ରେସର ପ୍ରଚାର ମଧ୍ୟ କରିବେ ନାହିଁ ବୋଲି ସପନା ଚୌଧୁରୀ କହିଛନ୍ତି। ଯେବେ ବି ରାଜନୀତିରେ ଆସିବି ଏହାର ସୂଚନା ନିଶ୍ଚୟ ଆପଣମାନଙ୍କୁ ଦେବି ବୋଲି ସପନା ଚୌଧୁରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ସପନା ଚୌଧୁରୀ କଂଗ୍ରେସରେ ମିଶିବା ନେଇ ଶନିବାର ଠାରୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବରଙ୍କ ଘରେ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories