www.samajalive.in
Monday, December 8, 2025
24.1 C
Bhubaneswar

ମେ ୧୯ ପର୍ଯ୍ୟନ୍ତ ଏକ୍‍ଜିଟ୍‍ ପୋଲ୍‍ ପ୍ରସାରଣ କଟକଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ହିଁ ଆସନ୍ତା ମଇ ୧୯ ତାରିଖ ସନ୍ଧ୍ୟାରେ ଯାଇ ଏକ୍‍ଜିଟ୍‍ ପୋଲ୍‍ ଫଳାଫଳ ପ୍ରସାରଣ କରାଯାଇ ପାରିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ନିର୍ବାଚନ ଫଳାଫଳର ଅନୁମାନ ଏବଂ ଅନ୍ୟାନ୍ୟ ବିଷୟରେ ଯେଉଁ ମାର୍ଗଦର୍ଶିକା ଘୋଷଣା କରାଯାଇଛି, ସେଥିରେ ପ୍ରଥମଥର ପାଇଁ ୱେବ୍‍ସାଇଟ୍‍ ଏବଂ ସାମାଜିକ ଗଣମାଧ୍ୟମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ ଟିଭି, ରେଡିଓ ଚ୍ୟାନେଲ୍‍, କେବୁଲ୍‍ ନେଟୱାର୍କ, ୱେବ୍‍ସାଇଟ୍‍ ଏବଂ ସୋସିଆଲ୍‍ ମିଡ଼ିଆ ପ୍ଲାଟଫର୍ମରେ ପ୍ରତ୍ୟେକ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ଯେପରି କୌଣସି ଏକ୍‍ଜିଟ୍‍ ପୋଲ୍‍ ହାରଜିତ ସଂକ୍ରାନ୍ତ ପ୍ରାକ୍‍ ସୂଚନା କୌଣସି ଦଳ ବା ପ୍ରାର୍ଥୀଙ୍କ ସପକ୍ଷରେ କିମ୍ବା ବିପକ୍ଷରେ ଯେପରି କିଛି ତଥ୍ୟ ପ୍ରକାଶ ନ ପାଏ, ତାହାକୁ ନିଶ୍ଚିତ କରିବାକୁ ହେବ। କମିଶନ ପକ୍ଷରୁ ଆହୁରି କୁହାଯାଇଛି, ଏହି ସମୟ ମଧ୍ୟରେ ଜନମତ ସର୍ଭେ, ଟିଭି ବିତର୍କ, ନିର୍ବାଚନ ସମୀକ୍ଷା, କୌଣସି ଦୃଶ୍ୟ କମ୍ବା ଶ୍ରାବ୍ୟ ତଥ୍ୟାବଳୀ ଗଣମାଧ୍ୟମରେ ପ୍ରଦର୍ଶନ କରାଯାଇ ପାରିବ ନାହିଁ। କମିଶନ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ପର୍ଯ୍ୟନ୍ତ ଏସବୁ ଉପରେ ନଜର ରଖିବେ ବୋଲି ଜଣାପଡିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories