www.samajalive.in
Thursday, December 11, 2025
13.1 C
Bhubaneswar

ବିହାର ପାଇଁ ଏନ୍‍ଡିଏର ୩୯ ଜଣିଆ ପ୍ରାର୍ଥୀ ତାଲିକା ; ୭ ସାଂସଦଙ୍କ ଟିକେଟ୍‍ କଟିଲା

ନୂଆଦିଲ୍ଲୀ : ବିହାରରେ ଲୋକସଭା ନିର୍ବାଚନ ପାଇଁ ଏନ୍‍ଡିଏ ଶନିବାର ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପି ଶତ୍ରୁଗ୍ନ ସିହ୍ନାଙ୍କ ସମେତ ୭ ଜଣ ବର୍ତ୍ତମାନ ସାଂସଦଙ୍କୁ ଟିକେଟ୍‍ ଦେଇ ନାହିଁ। ବିଜେପି, ଜେଡିୟୁ ଓ ଏଲଜେପି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି।

ବିଜେପିର  ବିହାର ଦାୟିତ୍ୱରେ ଥିବା ଭୂପେନ୍ଦ୍ର ଯାଦବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପାଟ୍‍ନାସାହିବ୍‍ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ନୱାଡ଼ା ପରିବର୍ତ୍ତେ ବେଗୁସରାଇରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କୁ ପୂର୍ବ ଚମ୍ପାରଣ ଓ ରାମକୃପାଲ ଯାଦବଙ୍କୁ ପାଟଳୀପୁତ୍ରରୁ ପ୍ରାର୍ଥୀ କରାଯାଇଛି। ଅଶ୍ୱିନୀ କୁମାର ଚୌବେ ବକ୍ସର୍‍ରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଆର୍‍.କେ. ସିଂହ ଆରା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଲଜେପି ମୁଖ୍ୟ ରାମବିଳାଶ ପାଶ୍‍ୱାନ୍‍ ଏଥର ହାଜିପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ସେହି ଆସନରୁ ତାଙ୍କର ଭାଇ ତଥା ଏଲଜେପି ରାଜ୍ୟଶାଖା ସଭାପତି ପଶୁପତି କୁମାର ପାରସ୍‍ ପ୍ରାର୍ଥୀ ରହିବେ।

- Advertisement -

ଜେଡିୟୁ କୌଶଳ ଯାଦବଙ୍କୁ ନୱାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଇଛି। ଏଲଜେପି ଖଗଡ଼ିଆ ଆସନପାଇଁ ଏହାର ପ୍ରାର୍ଥୀଙ୍କର ନାମ ଘୋଷଣା କରି ନାହିଁ। ବିଜେପି ଡେହରୀ ବିଧାନସଭା ଆସନ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ଆସନପାଇଁ ପ୍ରାର୍ଥୀଙ୍କ ନାମ ପରେ ଘୋଷଣା କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories