www.samajalive.in
Wednesday, December 10, 2025
18.1 C
Bhubaneswar

ହର୍ବାଲ ରଙ୍ଗ ପ୍ରସ୍ତୁତ କରିବାର ଘରୋଇ ଉପାୟ

ବଜାରରେ ମିଳୁଥିବା ରଙ୍ଗରେ କେମିକାଲ ମିଶି ଥାଏ । ଯାହା ଦ୍ବାରା ଚର୍ମ ରୋଗ ହେବାର ସମ୍ଭାବନା ଥାଏ । ତେଣୁ ହର୍ବାଲ ରଙ୍ଗରେ ହୋଲି ଖେଳିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ବର୍ତ୍ତମାନ ହର୍ବାଲ ରଙ୍ଗ ବଜାରରେ ମିଳୁଥିଲେ ମଧ୍ୟ ତାହା ବିଶ୍ବାସଯୋଗ୍ୟ ନୁହେଁ । ତେବେ ଆମେ ଆପଣଙ୍କୁ ଜଣାଇବୁ କିପରି ଘରୋଇ ଉପାୟରେ ହର୍ବାଲ ରଙ୍ଗ ପ୍ରସ୍ତୁତ କରି ହୋଲି ମଜା ଉଠାଇ ପାରିବେ ।

ନାଲି ରଙ୍ଗ : ଲାଲ ଚନ୍ଦନ ପାଉଡରରେ ଅଟା ବା ମଇଦା ମିଶାଇ ସୁଖିଲା ନାଲି ରଙ୍ଗ ବା ନାଲି ଅବିର ପ୍ରସ୍ତୁତ କରି ପାରିବେ । ଚନ୍ଦନ ପରିବର୍ତ୍ତେ ଆପଣ ସିନ୍ଦୁର ମଧ୍ୟ ବ୍ୟବହାର କରିପାରିବେ । ସେହିପରି ପାଣି ନାଲି ରଙ୍ଗ ପାଇଁ ପୂର୍ବ ରାତିରୁ ଏକ ବିଟ ନେଇ ସେଥିରୁ ଚୋପା ଛଡାଇ ପାଣିରେ ଭିଜାଇ ରଖନ୍ତୁ । ସକାଳେ ଏହାକୁ ନାଲି ରଙ୍ଗ ବା ଗୋଲାପ ରଙ୍ଗ ଭାବେ ବ୍ୟବହାର କରିପାରିବେ ।

- Advertisement -

ହଳଦିଆ ରଙ୍ଗ : ଏକ ଗିନା ହଳଦୀ ଓ ବେସନକୁ ମିଶାଇ ହଳଦିଆ ଅବିର ପ୍ରସ୍ତୁତ କରନ୍ତୁ । ସେହିପରି ହଳଦିଆ ପାଣି ରଙ୍ଗ ପାଇଁ ହଳଦୀକୁ ପାଣିରେ ମିଶାଇ ରଖନ୍ତୁ ବା ଗେଣ୍ଡୁ ଫୁଲ ଆପଣ ବ୍ୟବହାର କରିପାରିବେ ।

ନାରଙ୍ଗୀ : ପଳାଶ ଫୁଲକୁ ଶୁଖାଇ ସେଥିରୁ ପାଉଡର ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ନାରଙ୍ଗୀ ରଙ୍ଗର ଅବିର । ସେହିପରି ପାଣି ନାରଙ୍ଗୀ ରଙ୍ଗ ପାଇଁ ପଳାଶ ଫୁଲକୁ ଫୁଟାନ୍ତୁ ବା ରାତିସାରା ପାଣିରେ ଭିଜେଇ ରଖନ୍ତୁ ।

ଗୋଲାପ ରଙ୍ଗ : ଗୋଲାପ ରଙ୍ଗ ପାଇଁ ବିଟ୍ କୁ କାଟି ପାଣିରେ ଭିଜାଇ ରଖିବେ ନଚେତ୍ ଡାଳିମ୍ବକୁ ରାତିସାରେ ପାଣିରେ ଭିଜାଇ ରଖିପାରିବେ ।

ସବୁଜ ରଙ୍ଗ : ମେଥି ପତ୍ର ବା ପୁଦିନା ପତ୍ର ସୁଖାଇ ସବୁଜ ରଙ୍ଗର ଅବିର ପ୍ରସ୍ତୁତ କରିପାରିବେ । ନଚେତ୍ ସବୁଜ ପନିପରିବାକୁ ପାଣିରେ ଫୁଟାଇ ତାହାକୁ ପେଷ୍ଟ କରି ପାଣି ସବୁଜ ରଙ୍ଗ ପ୍ରସ୍ତୁତ କରିପାରିବେ ।

ବାଇଗଣୀ ରଙ୍ଗ : କଳା ଅଙ୍ଗୁର ବା ଜାମୁ କୋଳିର ରସକୁ ପାଣିରେ ମିଶାଇ ବାଇଗଣୀ ରଙ୍ଗ ପ୍ରସ୍ତୁତ କରିପାରିବେ ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories