www.samajalive.in
Tuesday, December 9, 2025
16.1 C
Bhubaneswar

ଅଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି ସହଯୋଗୀ, ବିଜେପି ମାନୁନି

ଗୋଆ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ମୃତ୍ୟୁ ପରେ ରାଜ୍ୟରେ ବିଜେପି ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଗୋଟିଏ ପଟେ କଂଗ୍ରେସ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରୁଥିବାବେଳେ ଅନ୍ୟପଟେ ବିଜେପି ସହଯୋଗୀ ଦଳଗୁଡ଼ିକର ସମର୍ଥନ ହାତେଇବାକୁ ଉଦ୍ୟମ ଚଳାଇଛି। ସୋମବାର ଅପରାହ୍ନ ୨ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବିଜେପି ପକ୍ଷରୁ କୁହାଯାଇଥିଲାବେଳେ କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ନିଜର ବିଧାୟକଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି। ମେଣ୍ଟ ସରକାର ମଧ୍ୟରେ ବିଜେପିର ସର୍ବାଧିକ ବିଧାୟକ ରହିଥିବାରୁ ଦଳ ଏହା ଚାହୁଁଛି। କିନ୍ତୁ ସହଯୋଗୀ ଦଳଗୁଡ଼ିକ ଏଥିରେ ରାଜି ହେଉନାହାନ୍ତି। ସେମାନେ ଅଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରୁଛନ୍ତି। ଏହି ଦାବି ସପକ୍ଷରେ ୧୨ ବିଧାୟକ ରହିଛନ୍ତି, ଯେଉମାନଙ୍କ ମଧ୍ୟରେ ବିଜେପିର ୩ ବିଧାୟକ ଅଛନ୍ତି। ଏହା ବ୍ୟତୀତ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି(ଏମଜିପି), ସ୍ବାଧୀନ ଏବଂ ଗୋଆ ଫରୱାର୍ଡ ପାର୍ଟିର ୩ ଜଣ ଲେଖାଏ ବିଧାୟକ ଏଭଳି ଦାବି କରିଛନ୍ତି।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ୪ ଜଣ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି। ସେମାନେ ହେଲେ ଉତ୍ତର ଗୋଆ ଏମପି ଶ୍ରୀପଦ ନାଏକ, ରାଜ୍ୟ ସଭା ସଦସ୍ୟ ବିନୟ ତେନ୍ଦୁଲକର, ଗୋଆ ବାଚସ୍ପତି ପ୍ରମୋଦ ସାୱନ୍ତ ଏବଂ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ଵଜିତ ରାଣେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories