www.samajalive.in
Sunday, December 7, 2025
16.1 C
Bhubaneswar

ଶାନ୍ତ ପରିବେଶ, କଳା, ମହଲ, ସଂସ୍କୃତି,ପରମ୍ପରା ପାଇଁ ପ୍ରସିଦ୍ଧ ଥିବା ପର୍ଯ୍ୟଟନ ସ୍ଥଳୀ

ଖରାଦିନର ପ୍ରାରମ୍ଭରେ ପିଲାମାନଙ୍କ ପରୀକ୍ଷା ସରିବା ପରେ ସଭିଏଁ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯୋଜନା କରିଥାଆନ୍ତି। ମାତ୍ର କେଉଁ ସ୍ଥାନକୁ ବୁଲିବାକୁ ଯିବେ ତାହା ମଧ୍ୟ ସଭିଏଁ ଚିନ୍ତା କରି ବ୍ୟସ୍ତ ହୋଇଥାଆନ୍ତି। ବିଭିନ୍ନ ସ୍ଥାନକୁ ଯିବାକୁ ମଧ୍ୟ ଭାବି ଥାଆନ୍ତି। ତେବେ ଏପରି କେତେକ ସ୍ଥାନ ରହିଛି ଯେଉଁଠାକୁ ଯେଉଁଠାକୁ ଆପଣ ଖରାଦିନରେ ମଧ୍ୟ ବୁଲିବାକୁ ଯାଇପାରିବେ। ମହୀଶୁର ହେଉଛି ଏପରି ଏକ ସୁନ୍ଦର ସ୍ଥାନ। ଏହା ସବୁଠାରୁ ସ୍ୱଚ୍ଛ ସହର ମଧ୍ୟ ଅଟେ। ଯାହା ନିଜର ଶାନ୍ତ ପରିବେଶ, କଳା, ମହଲ, ସଂସ୍କୃତି,ପରମ୍ପରା ପାଇଁ ପ୍ରସିଦ୍ଧ।
ବିନା କୌଣସି ସନ୍ଦେହରେ ମହୀଶୁର ମହଲ ସହରର ସବୁଠାରୁ ସୌନ୍ଦର୍ଯ୍ୟପୂର୍ଣ୍ଣ ମହଲ ଅଟେ। ରାଜାମାନଙ୍କର ଶାସନ କାଳରେ ହୋଇଥିବା ଉଚ୍ଚକୋଟୀର କାରୁକାର୍ଯ୍ୟ ଏଠାରେ ଦେଖିବାକୁ ମିଳିଥାଏ। ଏହି ମହଲକୁ ଦେଖିବାକୁ ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ।
ଜଗନମୋହନ ମହଲ ମହୀଶୁରର ସବୁଠାରୁ ପୁରୁଣା ମହଲ ମାନଙ୍କ ମଧ୍ୟରେ ଗଣା ଯାଇଥାଏ। ଏହି ମହଲର ନିର୍ମାଣ ମହୀଶୁରର ରାଜାଙ୍କ ଦ୍ୱାରା ୧୯୬୧ରେ ନିର୍ମାଣ କରାଯାଇଥିଲା। ୧୮୯୭ରେ ଯେତେବେଳେ କାଠର ମହଲ ଜଳି ନଷ୍ଟ ହୋଇଯାଇଥିଲା ସେହି ସମୟରେ ମୁଖ୍ୟ ମହଲର ନିର୍ମାଣ ପର୍ଯ୍ୟନ୍ତ ଜଗମୋହନ ମହଲରେ ଶାହୀ ପରିବାରର ବାସସ୍ଥଳୀ ଥିଲା।
ମହୀଶୁର ଏକ ଏପରି ସହର ଯେଉଁଠାରେ ଐତିହାସିକ ମହଲ ବଂଶାବଲୀ ରହିଛି। ଯାହା ମହୀଶୁର ଶୋଭା ବଢାଇଥାଏ। ମହଲର ନିକଟରେ ଏକ ଲାଲ ରଙ୍ଗ ବୃହତ୍ତ ମହଲ ରହିଛି। ଯାହାକୁ ‘ଗନ ହାଉସ’ନାମରେ ମଧ୍ୟ ଜଣାଶୁଣା। ଏହା ଖୁବ ପୁରୁଣା ମହଲ ଓ ସହରର ଅତୀତ ଔପନିବେଶକର ଅଂଶବିଶେଷ ଅଟେ।
ଚାମୁଣ୍ଡୀ ହିଲସର ଉଚ୍ଚତାରେ ଥିବା ରାଜେନ୍ଦ୍ର ବିଳାସ ମହଲରେ ଶାହୀ ପରିବାର ଖରାଦିନରେ ସମୟ ଅତିବାହିତ କରୁଥିଲେ। ଏହି ମହଲର ସୌନ୍ଦର୍ଯ୍ୟ ମନମୁଗ୍ଧ କରିଥାଏ।
ଏଭଳି ଅନ୍ୟାନ୍ୟ ବହୁ ପ୍ରସିଦ୍ଧ ମହଲ ଓ ଖୁବ ସୁନ୍ଦର ସୁନ୍ଦର ସ୍ଥାନ ଏଠାରେ ରହିଛି, ଯେଉଁ କାରଣରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories