www.samajalive.in
Monday, December 8, 2025
27.1 C
Bhubaneswar

ଅନ୍ତିମ ଧର୍ମ ପରୀକ୍ଷା

ପାଣ୍ଡବମାନଙ୍କ ସ୍ବର୍ଗାରୋହଣ ସମୟର ଏହି ଘଟଣା। ମହାରାଜ ଯୁଧିଷ୍ଠିର ହିମାଳୟ ଆରୋହଣ କରୁଥାନ୍ତି। ସାଥିରେ ଥିଲେ ଦ୍ରୌପଦୀ ଓ ଭ୍ରାତାମାନେ। ଦ୍ରୌପଦୀ ତଥା ଅନ୍ୟ ଭ୍ରାତାମାନେ ଜଣକ ପରେ ଜଣେ ଯାତ୍ରାସମୟରେ କାଳକବଳିତ ହୋଇଥିଲେ। ଏକାକୀ ରହିଥିଲେ ଯୁଧିଷ୍ଠିର। ଅତି ଆଶ୍ଚର୍ଯ୍ୟଜନକ ଭାବରେ କୁକୁରଟିଏ ଯୁଧିଷ୍ଠିରଙ୍କୁ ଅନୁକରଣ କରି ତାଙ୍କ ପଛେପଛେ ଚାଲିଥାଏ। ଏହି ସମୟରେ ଦେବରାଜ ଇନ୍ଦ୍ର ସମ୍ମୁଖରେ ଉପସ୍ଥିତ ହୋଇ ରଥରେ ବସିବାପାଇଁ କହିବାରୁ ଧର୍ମରାଜ ନମ୍ରଭାବରେ କହିଥିଲେ- ଏହି କୁକୁରଟି ମୋ ସହିତ ଏପର୍ଯ୍ୟନ୍ତ ଆସିଛି। ସେ ମଧ୍ୟ ମୋ ସହ ସ୍ବର୍ଗପୁରକୁ ଯିବ।
ଦେବରାଜ ଇନ୍ଦ୍ର ଏହା ଶୁଣି କହିଥିଲେ- ‘କୁକୁର ସହ କୌଣସି ବ୍ୟକ୍ତି ସ୍ବର୍ଗକୁ କେବେବି ଯାଇପାରିବେନି। ତୁମେ କୁକୁରକୁ ପରିତ୍ୟାଗ କର।’ ଯୁଧିଷ୍ଠିରଙ୍କ ଉତ୍ତର ଥିଲା- ‘ଦେବରାଜ! ଆପଣ ଏ କ’ଣ କହୁଛନ୍ତି? ଭକ୍ତ ତଥା ଅନୁଗାମୀଙ୍କୁ ତ୍ୟାଗ କରିବା ବ୍ରହ୍ମହତ୍ୟା ପାତକ ସହ ସମାନ। ଏହାଦ୍ବାରା ମୋ​‌େ​‌ତ ମହାପାତକ ଲାଗିବ। ମୁଁ ନିଜ ସୁଖଲାଗି, ସ୍ବର୍ଗାସନ ପାଇଁ ଏହି କୁକୁରକୁ କୌଣସି ପ୍ରକା‌େ‌ର ତ୍ୟାଗ କରି ପାରିବିନି। ମୋର ପ୍ରାଣ ଚାଲିଗଲେ ବି ମୁଁ ଏଥିରୁ କ୍ଷାନ୍ତ ହେବିନାହିଁ। ଏହା ମୋର ଦୃଢ଼ ବ୍ରତ।’
ଦେବରାଜ ଇନ୍ଦ୍ର ବୁଝାଇଦେଇଥିଲେ- ହେ ଧର୍ମାତ୍ମା! ଯେଉଁ ସ୍ଥିତିରେ ତୁମେ ତୁମର ଭାଇମାନଙ୍କୁ ତ୍ୟାଗ କରିଛ, ଧର୍ମପତ୍ନୀଙ୍କୁ ମଧ୍ୟ ଛାଡ଼ି ଏକାକୀ ଆରୋହଣ କରୁଛ, ସେ କ୍ଷେତ୍ରରେ ଏହି ସାମାନ୍ୟ କୁକୁର ପ୍ରତି ତୁମର ଏତେ ଦରଦ କାହିଁକି?
ଧର୍ମରାଜ ପ୍ରତ୍ୟୁତ୍ତରରେ କହିଥିଲେ- ‘ଦେବରାଜ! ଆପଣ ଭୁଲିଯାଉଛନ୍ତି ଯେ ମୁଁ ସେମାନଙ୍କୁ ସେମାନଙ୍କ ମୃତ୍ୟୁପରେ ହିଁ ତ୍ୟାଗ କରିଛି। ଜୀବିତ ଅବସ୍ଥାରେ ତ ମୁଁ ସେମାନଙ୍କୁ ତ୍ୟାଗ କରି ନଥିଲି। ମୋ ପାଖରେ ଅନ୍ୟକୁ ଜୀବନଦାନ କରିବା କ୍ଷମତା ନାହିଁ। ଅନ୍ୟଥା ସେମାନଙ୍କୁ ଜୀବନଦାନ କରି ସାଥୀରେ ନେଇଥାନ୍ତି। ମୁଁ ଆପଣଙ୍କୁ ପୁଣିଥରେ ନିବେଦନ କରୁଛି ମୋତେ ଶରଣାଗତକୁ ତ୍ୟାଗ କରିବା ନିମନ୍ତେ କୁହନ୍ତୁ ନାହିଁ। ସ୍ତ୍ରୀ (ନାରୀ) ହତ୍ୟାକୁ ବ୍ରାହ୍ମଣର ଧନ ଅପହରଣ, (ବ୍ରହ୍ମସ୍ବ ଲୁଣ୍ଠନ, ଶରଣାଗତକୁ ଭୟ ଦେଖାଇବା ଓ ମିତ୍ର ପ୍ରତି ଦ୍ରୋହ ଆଚରଣ କରିବା- ଏହି ଚାରି ପ୍ରକାର ପାପର ସମ୍ମିଳିତ ପାପ ଜଣେ ଶରଣାଗତ, ଅନୁଗତ ଭକ୍ତଙ୍କୁ ତ୍ୟାଗ କରିବା।
ଧର୍ମାତ୍ମା ଯୁଧିଷ୍ଠିରଙ୍କଠାରୁ ଏଭଳି ଦୃଢ଼ ବଚନ ଶୁଣି ସାକ୍ଷାତ ଧର୍ମ, ଯିଏ କି କୁକୁର ରୂପରେ ତାଙ୍କର ଅନୁସରଣ କରୁଥିଲେ ସ୍ବରୂପ ଧାରଣ କରି କହିଥିଲେ- ‘ଯୁଧିଷ୍ଠିର! କୁକୁରକୁ ତୁମେ ନିଜ ଭକ୍ତଭାବରେ ଗ୍ରହଣ କରିନେଇ ସ୍ବର୍ଗପୁରର ଆମନ୍ତ୍ରଣ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଲ। ଜୀବନର ଅନ୍ତିମ ଧର୍ମ ପରୀକ୍ଷାରେ ତୁମେ ଉତ୍ତୀର୍ଣ୍ଣ ହୋଇଛ। କୌଣସି ବି ସ୍ବର୍ଗବାସୀ ତୁମ ସମକକ୍ଷ ହୋଇପାରିବେ ନାହିଁ। ଯଥାର୍ଥରେ ତୁମେ ଧର୍ମାତ୍ମା।’ ଦେବରାଜ ମଧ୍ୟ ଯୁଧିଷ୍ଠିରଙ୍କର ପ୍ରଶଂସା କରିଥିଲେ ଓ ସ୍ବ ରଥରେ ଯୁଧିଷ୍ଠିରଙ୍କୁ ବସାଇ ସ୍ବର୍ଗପୁର ନେଇଯାଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories