ଭିଭିପାଟ୍‌ ବିରୋଧରେ ୨୧ ବିରୋଧୀ ଦଳଙ୍କ ଆବେଦନ; ସୁପ୍ରିମକୋର୍ଟରେ ଆଜି ଶୁଣାଣି

0

ନୂଆଦିଲ୍ଲୀ : ନିର୍ବାଚନରେ ଭିଭିପାଟ୍‌ ମେସିନ୍‌ ବ୍ୟବହାର ପ୍ରତିବାଦରେ ୨୧ଟି ବିରୋଧୀ ଦଳ ପୁନର୍ବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେଲୁଗୁଦଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ଆଗତ ଏହି ମାମଲାର ଶୁକ୍ରବାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଫେବୃଆରୀ ମାସରେ ବିରୋଧୀ ଦଳଗୁଡ଼ିକ ଇଭିଏମ୍‌ର ସଚ୍ଚୋଟତା ସହିତ ଏହି ପ୍ରସଙ୍ଗ ଉଠାଇଥିଲେ; କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରିଥିଲେ। ଏବେ ବିରୋଧୀ ଦଳଗୁଡ଼ିକ ଆଗାମୀ ନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ମତଦାନର ୫୦ପ୍ରତିଶତ ପେପର ଟ୍ରେଲ୍‌ ଦ୍ବାରା ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି।

Leave A Reply