www.samajalive.in
Friday, December 5, 2025
23.1 C
Bhubaneswar

ମତ୍ସ୍ୟଜୀବୀଙ୍କ ବହୁବିଧ ବିକାଶ ଆମର ଲକ୍ଷ୍ୟ – ରାହୁଲ

କେରଳ : କେରଳର ତ୍ରିଶୁରଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମତ୍ସ୍ୟଜୀବୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ସରକାରକୁ ଆସିଲେ ମସ୍ୟଜୀବୀମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ କାର୍ଯ୍ୟକରିବ। ସେ ଆହୁରି ମଧ୍ୟ କହିଛନ୍ତି, ମସ୍ୟଜୀବୀମାନଙ୍କ ବିକାଶ ପାଇଁ ଜାତୀୟ ସ୍ତରରେ ୩୩% ସଂରକ୍ଷଣ ପ୍ରଦାନ କରାଯିବ। ମସ୍ୟଜୀବୀମାନଙ୍କର ବହୁ ସମସ୍ୟା ରହିଥିବା ରାହୁଲ କହିବା ସହିତ, ମୋଦୀ ସରକାର କ’ଣ ସେମାନଙ୍କ ସମସ୍ୟା ଜାଣିନାହାନ୍ତି ବୋଲି କଟାକ୍ଷ କରିଛନ୍ତି। ଏକ ମଜବୁତ ସରକାର ହିଁ ଆସିଲେ ମସ୍ୟଜୀବୀମାନଙ୍କର ସମସ୍ୟା ଦୂର କରିପାରିବ ବୋଲି ରାହୁଲ କହିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ ପୁଣି ଥରେ ନିଶ୍ଚିତ ଆୟ ଯୋଜନା ପ୍ରସଙ୍ଗ ଉଠାଇ କହିଛନ୍ତି, ଯଦି ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସେ ତେବେ ଏହି ଯୋଜନା କାର୍ଯ୍ୟକାରୀ ହେବ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories