www.samajalive.in
Monday, December 8, 2025
13.1 C
Bhubaneswar

ପୁଲିସ ଗୋଡାଇବାରୁ ଅଧାରୁ ଛୁ ମାରିଲା ବର

ବାଲେଶ୍ବର : ପୁଲିସ ପିଛା କରିବାରୁ ଅଧାବାଟରୁ ବର ଛୁ ମାରିଲା। ଏହା ଫଳରେ ବାହାଘର ଅଧାରେ ଅଟକି ରହିଥିଲା। ଏପରି ଘଟଣା ବାଲେଶ୍ବର ଜିଲା ସୋର ଅଞ୍ଚଳରେ ଘଟିଛି। ଭଦ୍ରକ ଜିଲା ବାସୁଦେବପୁର ଥାନା ଜଗନ୍ନାଥପୁର ଗ୍ରାମର ଜିତେନ୍ଦ୍ର ନାୟକ ସୋର ଅଞ୍ଚଳ​‌ର ଯୁବତୀଙ୍କୁ ବିବାହ କରିବା ପାଇଁ ଖୁବ ଆଡମ୍ବରରେ ଯାଉଥିଲେ। ସେହି ସମୟରେ ପୁଲିସ ତାଙ୍କୁ ପିଛା କରିବା ଯୋଗୁଁ ସେ କାରରୁ ଡେଇଁ ପଳାଇଥିଲେ।

ସୂଚନାଯୋଗ୍ୟ ଯେ, ଜିତେନ୍ଦ୍ର ଅନ୍ୟ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ। ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories