www.samajalive.in
Thursday, December 11, 2025
16.1 C
Bhubaneswar

ମାସୁଦ୍‍ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣାରେ ଚୀନ ସହଯୋଗ କରୁ : ଆମେରିକା

ୱାସିଂଟନ: ଜୈସେ-ମହମ୍ମଦ ମୁଖ୍ୟ ମାସୁଦ୍‍ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ତାଲିକାରେ ସାମିଲ କରିବାରେ ସହଯୋଗ କରିବାକୁ ଆମେରିକା, ଚୀନକୁ ଚହିଛି । ଜାତିସଂଘ ନିରାପତ୍ତା ପରିଷଦର ୧୨୬୭ କମିଟି ଦ୍ୱାରା ଆନ୍ତର୍ଜାତିକ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରାଯିବା ପାଇଁ ଚୀନ୍‍ ସହଯୋଗ କରିବାକୁ ଆମେରିକା କହିଛି । ଆମେରିକା ପ୍ରଶାସନର ଜଣେ କର୍ମକର୍ତ୍ତା କହିଛନ୍ତି, ପାକିସ୍ତାନରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀମାନଙ୍କୁ ସୁରକ୍ଷା ଦେବାରେ ଚୀନ୍‍ର କୌଣସି ସ୍ୱାର୍ଥ ସାଧନ ହେବ ନାହିଁ। ଏକ ଦାୟିତ୍ୱବାନ୍‍ ଆନ୍ତର୍ଜାତିକ ମହାଶକ୍ତି ଭାବେ ଚୀନ୍‍କୁ ଆତଙ୍କବାଦ ଉପରେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ।
ମାସଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବାରେ ଚୀନ୍‍ ସହଯୋଗ କରୁ ବୋଲି ଆମେରିକା ଚାହେଁ। ଫେବୃୟାରୀ ୧୪ ପୁଲ୍‍ୱାମା ଆକ୍ରମଣ ପରେ ପାକିସ୍ତାନ ଏକଘରିଆ ହୋଇଯାଇଥିବା ଆମେରିକା ଅନୁଭବ କରୁଛି। ଆତଙ୍କବାଦକୁ ପାକିସ୍ତାନ ସମସ୍ତ ସାହାଯ୍ୟ ସହଯୋଗ ବନ୍ଦ୍‍ କରିବାକୁ ଆମେରିକା ଆଶା କରୁଛି ବୋଲି ସେ କହିଛନ୍ତି।

ପୂର୍ବରୁ ଭାରତର ଏଭଳି ଅନୁରୋଧକୁ ଚୀନ ଅଗ୍ରାହ୍ୟ କରିଦେଇଥିଲା । କିନ୍ତୁ ଏବେ ଏ ନେଇ ଚୀନ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ପଡିବାରେ ଲାଗିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories