www.samajalive.in
Sunday, December 7, 2025
15.1 C
Bhubaneswar

ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ପାଇବାର ସହଜ ଉପାୟ

ଗ୍ରୀଷ୍ମ ଦିନରେ ଅତ୍ୟଧିକ ଖରା କାରଣରୁ ଅଧିକାଂଶ ଲୋକଙ୍କ ମୁହଁରେ ବ୍ରଣ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଫାଇବର ଯୁକ୍ତ ଖାଦ୍ୟପଦାର୍ଥ ଖାଇବା ସହ ନିୟମିତ ମୁହଁକୁ ଭଲ ଭାବେ ପରିଷ୍କାର କରିବା ଉଚିତ। କିଛି ସହଜ ଉପାୟ ଦ୍ୱାରା ଆମେ ଏହି ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବା। ସେଥିପାଇଁ ଆମକୁ କିଛି ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଜାଣନ୍ତୁ ତାହା କ’ଣ ….
ତେଲଯୁକ୍ତ ଖାଦ୍ୟ-
ଅଧିକ ତେଲ ଯୁକ୍ତ ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ। ଏହା ଛଡ଼ା ଆଇସକ୍ରିମ, କେକ , ପିଜ୍ଜା ଆଦି ଯେତେ କମ ପରିମାଣରେ ଖାଇବେ। ଏହି ସବୁ ଅଭ୍ୟାସ ବ୍ରଣ ହେବାର ଏହା ମୁଖ୍ୟ କାରଣ ଅଟେ। ଚିନି ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।
କୋଷ୍ଠକାଠିନ୍ୟ ଜନିତ ସମସ୍ୟା –
କୋଷ୍ଠକାଠିନ୍ୟ ଜନିତ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟପଦାର୍ଥ ମଧ୍ୟ ଖାଆନ୍ତୁ ନାହିଁ। କାରଣ କୋଷ୍ଠକାଠିନ୍ୟ ସମସ୍ୟା ହେବା ଦ୍ୱାରା ବ୍ରଣ ଉଠିଥାଏ। ନିୟମିତ ଫଳ ଖାଆନ୍ତୁ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ହୋଇନଥାଏ। ପେଟ ସଫା ରହିଥାଏ।
ସ୍କ୍ରବ କରନ୍ତୁ –
ଗରମ ହେବା କାରଣରୁ ମୁହଁରେ ଅଧିକ ପରିମାଣରେ ଅପରିଷ୍କାର ପଦାର୍ଥ ଜମି ଯାଇଥାଏ। ତେଣୁ ନିୟମିତ ଫେସୱାସ ବ୍ୟବହାର କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ସପ୍ତାହକୁ ଥରେ ନିଶ୍ଚୟ ସ୍କ୍ରବ କରନ୍ତୁ।
ଜେଲଯୁକ୍ତ ମଶ୍ଚୁରାଇଜର ବ୍ୟବହାର –
ଖରାଦିନରେ ଜେଲଯୁକ୍ତ ମଶ୍ଚୁରାଇଜର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ମୁହଁ ସଫା ରହିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories