ପାଟଣା – ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି-ପଣ୍ଡାପଡ଼ା ରାସ୍ତାରେ ସାରୁପାଟ ନିକଟରେ ଗୋଟିଏ ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ବୟ ପଣ୍ଡାପଡ଼ା ଥାନା ଅଞ୍ଚଳ ବଳଭଦ୍ରପୁର ଗ୍ରାମର ହିରଣ୍ୟ ନାଏକ ଙ୍କ ପୁଅ ରାଜା ନାଏକ(ଦିଲୁ )ଓ ଏହି ଥାନା ଅନ୍ତର୍ଗତ ଅସନବାହାଳି ଗ୍ରାମର ବୈରାଗୀ ନାଏକ ଙ୍କ ପୁଅ ରାହୁଲ ନାଏକ ବୋଲି ଜଣା ପଡ଼ିଛି।
ମୃତ ୩ ଜଣ ଙ୍କ ନାମ ଅସନବାହାଳୀ ଗ୍ରାମର ଦୁଃଶାସନ ବାରିକ (୪୦) ପିତା ମାୟାଧର ବାରିକ , ବଳଭଦ୍ରପୁର ଗ୍ରାମର ପ୍ରତାପ ସେନାପତି ଙ୍କ ପୁତ୍ର ହିରନ୍ୟ ସେନାପତି (୨୫) ଏବଂସେହି ଗ୍ରାମର ଜଗର ଦଳେଇ ଙ୍କ ପୁତ୍ର ମନୋଜ କୁମାର ଦଳେଇ (୧୯) ବୋଲି ଜଣାପଡ଼ିଛି l୨ ଗୁରୁତର ଙ୍କୁ ରୋଗୀ ଯାନ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରିଛନ୍ତି। ଆସନ୍ତା କାଲି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି।



